
ବାରିପଦା/ଉଦଳା ( କ ବ୍ୟୁ ) ତା୨୫।୦୫।୨୦୨୬ :
ଖୁଣ୍ଟା ବ୍ଲକ ଅଧିନସ୍ଥ ବାହାନଡା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ମିଳିତ ନେତୃତ୍ୱରେ ବାହାନଡା ଗ୍ରାମ ପଞ୍ଚାୟତର ଖାଉଟି ଯୋଗାଣ ସହାୟିକାଙ୍କ ବିରୋଧରେ କପ୍ତିପଦା ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୟୁରଭଞ୍ଜର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗୟଳମରା ଗ୍ରାମର ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ସ୍ୱର୍ଗୀୟ ମଙ୍ଗଲ ହାଁସଦାଃଙ୍କ ପତ୍ନୀ ଗୁରୁବାରୀ ହାଁସଦାଃ ଗତ ୧୮ ଏପ୍ରିଲ ୨୦୨୩ ରେ ଦେହାନ୍ତ ହୋଇଥିବା ସତ୍ୱେ ତାଙ୍କର ଏଏୱାଇ (AAY) ୨୨୧୩୦୩୧୦୯୫୪ କାର୍ଡରେ ଯୋଗାଣ ସହାୟିକା ନିଜେ ତାଙ୍କ ସ୍ୱାମୀ ଶ୍ରୀ ବିଶ୍ୱଜିତ ସାହୁଙ୍କୁ ମନୋନୀତ ବ୍ୟକ୍ତି ଭାବରେ ରଖାଯାଇ ଖାଉଟି ଯୋଗାଣ ସହାୟିକା ପ୍ରତି ମାସରେ ଚାଉଳ ହଡ଼ପ କରୁଥିବା ବେଳେ ଶିରିଷଘୁଟୁ ଗ୍ରାମର ଅନ୍ତୋଦୟ ହିତାଧିକାରୀ ନାରାୟଣ କିସ୍କୁ ଗତ ୨୭ ଏପ୍ରିଲ ୨୦୨୪ ରେ ମୃତ୍ୟୁ ହୋଇଥିବା ସତ୍ୱେ ତାଙ୍କର ଏଏୱାଇ (AAY) ୨୨୧୩୦୩୧୦୮୫୫ କାର୍ଡ଼ରେ ନିଜର ପୁଅ ଶ୍ରୀ ମୋହିତ ରଞ୍ଜନ ସାହୁଙ୍କୁ ମନୋନୀତ ବ୍ୟକ୍ତି ରଖି ଖାଉଟି ଯୋଗାଣ ସହାୟିକା ସବୁ ଚାଉଳ ହଡ଼ପ କରି ଦୁର୍ନୀତି କରୁଥିବାର ଅଭିଯୋଗ ହୋଇଛି । ଉକ୍ତ ଖାଉଟି ସାମଗ୍ରୀ ଦୁର୍ନୀତି ମାମଲାରେ ଯଥାଶୀଘ୍ର ତଦନ୍ତ କରାଯାଇ ଖାଉଟି ଯୋଗାଣ ସହାୟିକାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବରଖାସ୍ତ କରାଯିବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ବେଳେ ବାହାନଡା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଶ୍ରୀ ଅନିଲ ମାର୍ଣ୍ଡି, ଜଗେନ୍ଦର ମୁର୍ମୁ, ସିନଗୋ ହାଁସଦାଃ, ସରସ୍ୱତୀ ପାତ୍ର, ଆଲାଦି ମାର୍ଣ୍ଡି, ଭାରତୀ ବେହେରା, ଶଙ୍କର ଚରଣ ହେମ୍ବ୍ରମ, ମଲ୍ଲୀ ହେମ୍ବ୍ରମ, ସମ୍ବାରୀ ହେମ୍ବ୍ରମ, ନରେନ୍ଦ୍ର ଟୁଡୁ, ପ୍ରତିଭା ମଞ୍ଜରୀ ସାହୁ, ମୀନତି ମୁର୍ମୁ, ଦିଲ୍ଲୀପ୍ ବେଶ୍ରା, ରାଉଁଦେ କିସ୍କୁ, ଶୁକି ସୋରେନ, ସୀତା ମାର୍ଣ୍ଡି ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)