ବିଜୁ ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ ” ସମ୍ପର୍କ ରେ ଋଣ ହୁଙ୍କାରକାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କୁ ସରକାରଙ୍କର ବିରୋଧରେ ଏକ ସ୍ମାରକପାତ୍ର ମଧ୍ୟ ପ୍ରଦାନ କରାଗଲା

ରାଜଗାଙ୍ଗପୁର (କ.ବ୍ୟୁ) 25/5 ଆଜି ସକାଳ ସାଢେ ୮ ଘଟିକା ସମୟର ରେ ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ ” ରେ ଏକ ବିଶାଳ ମହିଳା ମାନଙ୍କର ରାଲି ବହାରିଥିଲା ମାନ୍ୟବର ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ , ପୂର୍ବତନ ବିଧାୟକ ମଙ୍ଗଳା କିସାନ ଓ ସୁନ୍ଦରଗଡ,ବିଜୁ ଜନତା ଦଳ ଉପସଭାପତି, ଅନିଲ ବରୁଆ ଙ୍କ ନେତୃତ୍ୱରେ ଉକ୍ତ ରାଲୀ ସ୍ଥାନୀୟ ସୁବାଷ ଛକ ଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶେଷ ହୋଇଥିଲା । ଏହି ରାଲୀ ରେ ବିପୁଳ ସଂଖ୍ୟା ରେ ମହିଳାମାନେ ଯୋଗ ଦେଇ ହାତ ରେ ପ୍ଲେ କାର୍ଡ଼ ଧରି ବିଭିନ୍ନ ଶ୍ଳୋଗାନ ଦେଇ ନଗର ପରିକ୍ରମା କରି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିଥିଲେ ଓ ସେଠାରେ “ନାରୀ ଅଧିକାର ଅଭିଯାନ ” ସଂପର୍କରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଥିଲା ଉକ୍ତ ସମାବେଶରେ ଶହ, ଶହ ସଂଖ୍ୟାରେ ମହିଳାମାନେ ଯୋଗ ଦେଇ କେନ୍ଦ୍ର ଏବଂ ରାଜ୍ୟ ବି:ଜେ:ପି: ସରକାରକୁ ଘୋର ସମାଲୋଚନା କରିଥିଲେ । ଭା:ଜ:ପା ସରକାର ମହିଳା ସଂରକ୍ଷଣ ବିଲ ସଂପର୍କରେ ମହିଳାମାନଙ୍କୁ ମିଛ କଥା କହି ଭ୍ରମିତ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛି ତାହା ବିଜୁ ମହିଳା ଜନତା ଦଳ କରିବା ପାଇଁ କେବେ ଦବ ନାହିଁ । ୨୦୨୩ ମସିହାରେ ସଂସଦର ସର୍ବ ସମ୍ମତି କ୍ରମେ ଯେଉଁ ୩୩% ମହିଳା ସ୍ଥାନ ସଂରକ୍ଷଣ ନିମନ୍ତେ ବିଲ ପାରିତ ହୋଇ ମହାମହିମ ରାଷ୍ଟ୍ରପତି ଦସ୍ତଖତ କରିଥିଲେ ସେ ବିଲ ଭା.ଜ.ପା ୨୦୨୪ ମସିହା ସାଧାରଣ ନିର୍ବାଚନରେ କାହିଁକି ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ହୋଇ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀମାନଙ୍କର ଜୀବନ ମାଟି କରାଯାଇଛି । ପେଟ୍ରୋଲ, ଡିଜେଲ୍, ଗ୍ୟାସଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦରଦାମ ଆକାଶ ଛୁଆଁ । ସାରା ଓଡିଶାରେ ଅରାଜକତା ଚାଲିଛି । ନାରୀ ନିର୍ଯ୍ୟାତନାଠାରୁ ଆରମ୍ଭ କରି ଧର୍ଷଣ,ପୋଲିସ୍ ସାମନାରେ ମର୍ଡର, ଓଡିଶାର ମହିଳାମାନେ ବାହାରକୁ ଯିବା ପାଇଁ ବର୍ତମାନ ଭୟ କରୁଛନ୍ତି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରକୁ ଗାଦି ଚ୍ୟୁତ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ପ୍ରକାଶ କରିଥିବା ଆଜିକାର “ମହିଳା ଅଧିକାର” ସମାବେଶରେ ରାଜଗାଙ୍ଗପୁର ବିଜେଡ଼ି ଟାଉନ ସଭାପତି ସୁଶ୍ରୀତା ପାଇକରାୟ , ରାଜ୍ୟ ମହିଳା ବିଜେଡି ସଭାପତି ସ୍ନେହାଙ୍ଗିନୀ ଛୁରିଆ, ସୁନ୍ଦରଗଡ଼ ଜିଲ୍ଲା ମହିଳା ସଭାପତି ରଞ୍ଜନା ପଣ୍ଡା, ଅମରେଶ ପଣ୍ଡା, ସୁଶିଲା ଟପ୍ପୋ, ସୁଭଦ୍ରା ସାରଙ୍ଗୀ, ରଶ୍ମୀ ଏକ୍କା ପ୍ରିୟଦର୍ଶନୀ ଭୋଇ, ଜିତୁ ଦାସ, ଦୀପକ ବିଶ୍ବାସ ରାଜେନ୍ଦ୍ର ଲେଙ୍କା, ରାଜୁ ମହାନ୍ତି, ଆଜିକାର ମହିଳା ଅଧିକାର ସମାବେଶକୁ ସହଯୋଗ କରିଥିଲେ ଓ ଏହି ବିଶାଲ ମହିଳା ସମାବେଶ ରେ ରାଜଗାଙ୍ଗପୁର ପୌରାଧ୍ୟକ୍ଷା ମାଧୁରୀ ଲୁଗୁଣ ଓ ଉପନଗରପାଳ ଏମଡ଼ି ଇରଫାନ ନଦାରଦ ହୋଇଥିବା ଦେଖିବାକୁ ମିଳିଥିଲା ଯହା ନଗରର ବୁଦ୍ଧିଜୀବୀଙ୍କ ମହଳରେ ଚର୍ଚା ର ବିଷୟ ପାଲଟିଛି । ଏହି ସମୟ ମଧ୍ୟରେ ରାଜଗାଙ୍ଗପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଙ୍କୁ ସରକାର ଙ୍କର ବିରୋଧ ରେ ଏକ ସ୍ମାରକପାତ୍ର ମଧ୍ୟ ପ୍ରଦାନ କରାଯାଇଥିଲା

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *