ଚୋର ମାଙ୍କଡା ପଥର ଗାଡି ଅଟକାଇବାରୁ ଯୁବକ କୁ ହତ୍ୟା

ନୟାଗଡ ( କ ବ୍ୟୁ ) : ଚୋରା ମାଙ୍କଡ଼ା ପଥର ଖଣି କୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ସୂଚନା ଅନୁସାରେ, ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନ ରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବା ବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । ଓଡଗାଁ ଥାନା କଦଳୀ ବନ୍ଧ ଠାର ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ଓଡଗାଁ ପୋଲିସ କୁ ଖବର ଦେଇଥିଲେ ମଧ୍ୟ, ପୋଲିସ ଆସି ନଥିଲା । ଖଣି ମାଫିଆ ଏହାର ସୁଯୋଗ ନେଇ ଗାଡି ଅଟକାଇ ଥିବା ଯୁବକ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଦେଖି ଦୁଇ ଜଣ ଯୁବକ ଖସି ପଳାଇ ଯାଇଥିଲେ। ଓଡ଼ଗାଁ ବିଜୟମଣ୍ଡପ ସାହି ର ଅଜିତ ସାହୁ ଙ୍କୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ଗୋଟିଏ ହାତ ସମ୍ପୂର୍ଣ କାଟି ଦେଇଥିବା ବେଳେ ଡାହାଣ ହାତ ର ପାପୁଲି ଠାରୁ କାଟି ଦେଇଛନ୍ତି। ଶରୀର ର ଅନେକ ସ୍ଥାନକୁ ହାଣି କ୍ଷତ କରିଦେଇଛନ୍ତି । ଅଜିତ ଙ୍କୁ ନ୍ୟାୟ ଦାବି ରେ ସ୍ଥାନୀୟ ଲୋକମାନେ ଭଞ୍ଜନଗର ନୟାଗଡ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ରେ ଶତାଧିକ ଗାଡି ଅଟକି ରହିଛି । ଓଡ଼ଗାଁ ପୋଲିସ ଓ ସରଣକୁଳ SDPO ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ ହତ୍ୟାକାଣ୍ଡ ସ୍ଥାନକୁ ଯାଇ ତଦନ୍ତ ଚଳାଇଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *