ନୟାଗଡ ( କ ବ୍ୟୁ ) : ଭିଜିଲାନ୍ସ ଜାଲରେ ଖଣ୍ଡପଡା ଆର୍ ଡି କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି । ୧ଲକ୍ଷ ୩୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ଖଣ୍ଡପଡା ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ। କେଶବଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂହ ମଧ୍ଯ ଗିରଫ । ବିଲ୍ ପାଶ୍ କରାଇବା ପାଇଁ ଠିକାଦାର ଶିବପ୍ରସାଦ ଖଣ୍ଡୁଆଳଙ୍କ ଠାରୁ ନେଉଥିଲେ ଲାଞ୍ଚ । ଠିକାଦାର କିଶୋର ଖଣ୍ଡୁଆଳ ଯନ୍ତ୍ରୀ କେଶବ ଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା କାମ କରୁଥିଲେ। ରାସ୍ତା କାମ ଶେଷ ହୋଇଥିଲେ ମଧ୍ୟ ତାଙ୍କର ବିଲ କରାଇନଥିଲେ। ସେହି ବିଲ କରିଦେବାପାଇଁ ଠିକାଦାର ଙ୍କୁ ଯନ୍ତ୍ରୀ ୧ ଲକ୍ଷ୍ ୩୬ ହଜାର ଟଙ୍କା ମାଗିଥିଲେ। ଆଜି ଯନ୍ତ୍ରୀ ଙ୍କ ସରକାରୀ ବାସଭବନ ରେ ଲାଞ୍ଚ ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ଧରିଥିଲେ। ଅନ୍ୟ ଜଣେ ସହଯୋଗୀ ଙ୍କୁ ଧରିଥଲେ। ଭାପୁର ଅଫିସ ଓ ବାସଭବନ ରେ ଭିଜିଲାନ୍ସ ଟିମ ଯାଞ୍ଚ କରିଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ