


ରାଜଗାଙ୍ଗପୁର , (କ.ବ୍ୟୁ) : 18 ଏପ୍ରିଲ, 2026 , ରାଜଗାଙ୍ଗପୁର ଅନ୍ତର୍ଗତ ଝଗରପୁର ଗ୍ରାମ ପଞ୍ଚାୟତର ପୂର୍ବ ସମିତିସଦସ୍ୟ ଶୁଶିଲ ଲାକ୍ରା ଦ୍ଵାରା ରୋଡ଼ ରାସ୍ତା କିସମର ୬ ଡେସିମିଲ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ବର୍ତମାନ ଗ୍ରାମପଞ୍ଚାୟତ ଦ୍ଵାରା ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ଜବରଦଖଲକାରୀ ଉଚ୍ଚ ନ୍ୟାୟାଳୟ କଟକର ଦ୍ଵାରସ୍ଥ ହୋଇ ପରାଜିତ ହେବାପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ, ଅତିରିକ୍ତ ତହସିଲଦାର କିରନ୍ ଶୋରେଙ୍ଗ ରାଜସ୍ବ ନିରୀକ୍ଷକ, ଅମିନ ଓ ରାଜଗାଙ୍ଗପୁର ଥାନାରୁ ପି. କେ. ସେନାପତି ପୋଲିସ ଫୋର୍ସ ଧରି ଜବରଦଖଲକାରୀଙ୍କ ଘରକୁ ପହଞ୍ଚିଲା ପରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ଆଂଶିକ ଜବରଦଖଲ ଉଚ୍ଛେଦ କରି ଫେରୁଥିବା ବେଳେ ଗ୍ରାମବାସୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବଚସା ହେଉଥିବାର ଦେଖିବାକୁ ମିଳିଛି , ପ୍ରଶାସନିକ ଅଧିକାରୀ ମାନଙ୍କ ଏତଦୃଶିଆ କାର୍ଯ୍ୟକୁ ଗ୍ରାମବାସୀ ନାପସନ୍ଦ କରି କହିଛନ୍ତି ଯେ, ଏ ବିଷୟରେ ଆମ୍ଭେ ଆଲୋଚନା କରି ଦିନେ ରାଜଗାଙ୍ଗପୁର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଧାରଣା ପ୍ରଦର୍ଶନ କରିବୁ । ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଯଦି ପ୍ରଶାସନିକ ଅଧିକାରୀ ମାନେ ଖାତିରି ନକରିବେ ହେଲେ ଲୋକଙ୍କୁ ନ୍ୟାୟ କେମିତି ମିଳିବ ବୋଲି ପ୍ରଶାସନକୁ ସିଧା ପ୍ରଶ୍ନ କରି କାଠଗଡ଼ାରେ ଛିଡ଼ା କରିଛନ୍ତି ଗ୍ରାମବାସୀ, ଏବେ ଦେଖିବାକୁ ବାକି ରହିଲା ଯେ, ଗ୍ରାମବାସୀ ମାନେ କେବେ ତହସିଲ କାର୍ଯ୍ୟାଳୟ ଘେରାଉ କରୁଛନ୍ତି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଗାମୀ ପଦକ୍ଷେପ କଣ ରହୁଛି , ପ୍ରଶାସନିକ ଅଧିକାରୀ ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶନାମାକୁ ପାଳନ କରୁଛି ନାଁ ପୂର୍ବ ଭଳି ଉଚ୍ଚନ୍ୟାୟାଳୟ ଦ୍ଵାରା ରାଣିବନ୍ଧ ଛକରୁ ଲିପଲୋଇ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ଡଷ୍ଟବିନରେ ପକାଉଛନ୍ତି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )