ରାଜଗାଙ୍ଗପୁର ପୁଲିସ କୁ ବଡ଼ ସଫଳତା , ଟ୍ରକ ଡକାୟତିରେ ସମ୍ପୃକ୍ତ ଗିରୋହ ଗିରଫତାର,ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ

ରାଜଗାଙ୍ଗପୁର: (କ.ବ୍ୟୁ) : 18 ଏପ୍ରିଲ, 2026 ଶନିବାର, ଦିନ ରାଜଗାଙ୍ଗପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଟ୍ରକ ଡକାୟତିରେ ସମ୍ପୃକ୍ତ ଗିରୋହକୁ ଧରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରିଛନ୍ତି । ଏଠାରେ ଉଲେଖ୍ୟଯୋଗ୍ୟ ଯେ ରାଜଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କିଶୋର ଦାସ ଏକ ଟୀମ ଗଠିତ ରାଣୀବନ୍ଧ ଛକରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଡକାୟତିରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଓ ସେମାନଙ୍କୁ ସ୍ଥାନୀୟ ଥାନାକୁ ନିଆଯାଇଥିଲା ଓ ଅଭିଯୁକ୍ତ ମାନଙ୍କୁ ପାଖରୁ ନଗଦ ₹20,000 ଟଙ୍କା, ପ୍ରାୟ 130 ଲିଟର ଡିଜେଲ ଥିବା ତିନୋଟି ପ୍ଲାଷ୍ଟିକ୍ ଜେରିକାନ୍, ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ପ୍ଲାଷ୍ଟିକ୍ ପାଇପ୍, ଗୋଟିଏ ଭଙ୍ଗାତାଲା, ଗୋଟିଏ ଲୁହାରଡ୍ ସହ ଗୋଟିଏ ମୋଟରସାଇକେଲ୍ ଉଦ୍ଧାର କରି ରାଜଗାଙ୍ଗପୁର ପିଏସ୍ କେସ୍ ନଂ. ୨୩୧/୨୬, ତାରିଖ ୧୮.୪.୨୬, ୟୁ/ଏସ୍.୩୦୯(୬) ବିଏନ୍ଏସ୍ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହେପାଜତକୁ ନିଆଯାଇ କୋର୍ଟରେ ହାଜର କରାଯାଇଛି । ଏହି ସଫଳତା ପାଇଁ ବୁଦ୍ଧିଜୀବୀ ଙ୍କ ମହଲରେ ରାଜଗାଙ୍ଗପୁର ପୋଲିସକୁ ଭୁରି ଭୂରି ପ୍ରଶଂସା କରାଯାଉଛି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *