
ଗାଇସିଲେଟ, (କ ବ୍ୟୁ ) : ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ନିହିତ ବଲାଙ୍ଗୀର ଜିଲ୍ଲା ଡୁଡୁକା ବ୍ଲକର ନଅଗାଁ ପଂଚାୟତ ସଦର ଠାରେ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମାଗଣା ସ୍ୱାସ୍ଥ୍ୟ, ଚକ୍ଷୁ ଓ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କ୍ରିଷ୍ଣା ବିକାଶ ହସ୍ପିଟାଲ ବରଗଡ଼ଙ୍କ ସହଯୋଗରେ ଓ ନଅଗାଁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଏକ ମହାନ ଚିନ୍ତାଧାରାକୁ ନେଇ ଅନୁଷ୍ଠିତ କରାଯାଇଛି l ଗ୍ରାମର ସହଯୋଗୀ ଭାଇମାନେ ଏକ ଅନ୍ତ.-ଉପାନ୍ତ ଅଞ୍ଚଳର ଲୋକେ କିପରି ପ୍ରତି ମାସରେ ବିନା ଖର୍ଚରେ ଏହାର ସୁବିଧା ପାଇ ପାରିବେ ଏହାର ମୂଳଲକ୍ଷ୍ୟ l ଆହୁରି ଏହି ଅନୁଷ୍ଠାନ ସହିତ ଜଡିତ ରହିଲେ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିନା ଖର୍ଚରେ ମାସକୁ ଗୋଟିଏ ଦିନ ପରୀକ୍ଷା ଓ ଔଷଧର ସୁବିଧା ପାଇ ପାରିବେ ପ୍ରଥମ ଲକ୍ଷ୍ୟ ଅଟେ l ଗ୍ରାମର ଗୌନ୍ତିଆ ନିଜେ ତଥା ସହଯୋଗରେ ଆଜିକୁ ନିଜ ଗାଁରେ ପ୍ରତିବର୍ଷ ଶିବିର କରି ଏକହଜାର ରୋଗୀଙ୍କ ସେବା କରି ସାରିଛନ୍ତି l ଏହି ବର୍ଷ ଏତେ ଟାଣ ଖରା ଥାଇ ସୁଦ୍ଧା ବହୁ ସଂଖ୍ୟାରେ ଶିବିରରେ ଯୋଗ ଦେଇ ପରୀକ୍ଷା ଓ ଔଷଧର ସୁବିଧା କରିଥିବା ବେଳେ ଲୋକେ ଖରକୁ ଖାତିର ନ କରି ଉପସ୍ଥିତ ହୋଇଥିବାର ଜଣା ପଡିଛି l କିଛି ଅତିଶୟ ଦୁର୍ବଳ ଲୋକଙ୍କୁ ତିନି ଚକିଆ ଗାଡ଼ିରେ ଅଣା ଯାଇଛି l ଉପସ୍ଥିତ ଚିକିତ୍ସିକ ବା ଡାକ୍ତର ମାନେ ନମ୍ର ଓ ସରଳ ଭରେ ବୁଝାଇ ବ୍ୟାଧି ଲାଘବ କରୁଥିଲେ l ପ୍ରତ୍ୟେକ ବେମାରୀ କମିଟି ଭାଈ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ l ପରିଶେଷରେ ମଧ୍ୟାହ୍ନ ଭୋଜନର ଓ ପାନୀୟ ଜଳର ସୁବ୍ୟବସ୍ଥା ଗାଁ ତରଫରୁ କରାଯାଇଛି l
ପଦ୍ମପୁରରୁ ଫକୀର ଦୀପ ଙ୍କ ରିପୋର୍ଟ