
ବାରିପଦା/ଉଦଳା( କ ବ୍ୟୁ ) ତା୧୭/୪/୨୦୨୬ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସହର ରେ ଥିବା ହନୁମାନ ମନ୍ଦିର ର ୨୬ ତମ ପ୍ରତିଷ୍ଠା ଦିବସ ରେ ୪ଦିନ ଯଜ୍ଞ କାର୍ଯ୍ୟକ୍ରମ ହେଉଛି । ୧୬ ତାରିଖ ଗୁରୁବାର ମହାସମାରୋହରେ ରେ ଘଟ ଅଣାଯାଇ ମନ୍ଦିର ପ୍ରାଙ୍ଗଣ ରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଦ୍ୱିତୀୟା ଦିବସ ରେ ସୂର୍ଯ୍ୟ ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି । ତୃତୀୟ ଦିବସ ରେ ଘ ୮/୪୬ ସି ରେ ଗୁରୁ ସୂର୍ଯ୍ୟ ପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ,୧୯ /୪/ ୨୦୨୬ ରବିବାର ପ୍ରାତଃ ଘର ୬/୧୫ ମିନିଟ ରେ ଶ୍ରୀଶ୍ରୀ ହନୁମାନଙ୍କ ୧୦୮ ବିଶିଷ୍ଟ ମହାସ୍ନାନ ସ୍ନାନାନ୍ତେ ବେଶ ରାଜେ ରାଜ ସ୍ବରୀ ବେଶ ଓ ଆଳତୀ ଦର୍ଶନ ଦିବା ୧୧ ଘଟିକା ରେ ସମୟ ରେ ଭକ୍ତ ମାନଙ୍କ ସମାଗମ ରେ କାର୍ଯ୍ୟକ୍ରମ ହେବ ,ଆପରାହ୍ନ ଘ୪/୩୦ମିନିଟ ସମୟ ରେ ପୂର୍ଣ୍ଣା ହୁତୀ ହେବ ।ସମସ୍ତ ପୂଜକ ମାନଙ୍କ ଉପସ୍ଥିତ ରେ ମୁଖ୍ୟ ପୂଜକ ସିଦ୍ଧେଶ୍ଵର ମିଶ୍ର,ପ୍ରଶାନ୍ତ ମିଶ୍ର, ଅନିଲ ପଣ୍ଡା,ଅଭୟ ପଣ୍ଡା , ଶିବଶଙ୍କର ମିଶ୍ର , ଅନିରୁଦ୍ଧ ଆଚାର୍ଯ୍ୟ,ଖଗେଶ୍ବର ପଣ୍ଡା, ଦେବାଶିଷ ପଣ୍ଡା,ବିରଳା ମିଶ୍ର ଓ ସକିର୍ତ୍ତନ ମଣ୍ଡଳୀ ଦେବ ଭାରତୀ ବାଲେଶ୍ୱର ଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ବହୁ ଉଚ୍ଚ କୋଟିର ହୋଇଅଛି ।
ଦୈନିକ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ପ୍ରଫୁଲ୍ଲ ଜି ମହାରାଜା ଙ୍କ ମୁଖରୁ ବହୁ ମୂଲ୍ୟ ବାନ କଥା ବସ୍ତୁ ପ୍ରଦାନ ହେଉଛି ।ହନୁମାନ ମନ୍ଦିର କମିଟି ସଦସ୍ୟ ବୃନ୍ଦ ଙ୍କ ତରଫ ରୁ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ର ସହିତ ପରିଚାଳିତ ହୋଇଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)