
ବାରିପଦା-ଉଦଳା( କ ବ୍ୟୁ )
ତା୧୭/୦୪/୨୦୨୬ : ଉଦଳା ନିର୍ବାଚନ ମଣ୍ଡଳୀସ୍ତରୀୟ ସମସ୍ତ ନେତୃମଣ୍ଡଳୀଙ୍କ ନିଷ୍ପତ୍ତି କ୍ରମେ ଉଦଳା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ଧୁମ୍ଧାମ୍ରେ ପାଳନ ହୋଇଯାଇଛି । ଉପସ୍ଥିତ କର୍ମକର୍ତ୍ତାମାନେ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ଧୂପ ଦେଇ ତାଙ୍କର ଦୀର୍ଘ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଭା ମଞ୍ଚରେ ମଞ୍ଚାସୀନ ହୋଇଥିବା ନେତୃମଣ୍ଡଳୀ ହେଲେ ନରେନ୍ଦ୍ର ମୋହନ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ବରିଷ୍ଠ ନେତା ମନୋଜ ମହାନ୍ତି, ଅମୀୟ କୁମାର ବଳ, ପ୍ରତାପ ଚନ୍ଦ୍ର ସାହୁ, ବନମାଳୀ ବେହେରା, ବ୍ଲକ୍ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଶାନ୍ତ କୁମାର ବେହେରା, ସତ୍ୟବାନ ଉପାଧ୍ୟାୟ, ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ଲେଙ୍କା, ଲିଲି ଭୋଳ, ଉପାଧ୍ୟକ୍ଷା ଉଦଳା ଏନ୍.ଏ.ସି.ଳ ଲଳିତା ବିଶେଇ, ସୁଶାନ୍ତି ସିଂ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ପରିଡ଼ା, ଅଭିମନ୍ୟୁ ମଣ୍ଡଳ, ଅରୁଣ କୁମାର ନାଏକ, ଘନଶ୍ୟାମ ମହାନ୍ତ, ମହିଳା ନେତ୍ରୀ ବିଜୟା ବାରିକ ପ୍ରଭୃତି ମଞ୍ଚାସୀନ ହୋଇ ବିଜୁ ବାବୁଙ୍କର ଓଡ଼ିଶା ପ୍ରତି ଅବଦାନ, ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗମନା ଗମନ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ତଥା କଳ କାରଖାନା ଠାରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଅନେକ ଇତିହାସ ତାଙ୍କର ରହିଥିବାରୁ ଆଜି ଓଡ଼ିଶା ବିଜୁ ବାବୁଙ୍କୁ ନେଇ ଗର୍ବ କରେ । ଆମ ଅଞ୍ଚଳର ଗର୍ବ କୃଷି ଏବଂ କୃଷକର ବିକାଶ ପାଇଁ କପ୍ତିପଦା ବ୍ଲକ୍ରେ ଦୁଇଗୋଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାଳ ବନ୍ଧ ଏବଂ ସୁନେଇ ବନ୍ଧ ବିଜୁ ବାବୁଙ୍କ ପ୍ରଚେଷ୍ଟାରେ ନିର୍ମାଣ ହୋଇଥିବାର ବ୍ୟକ୍ତାମାନେ ପ୍ରକାଶ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ତାଙ୍କ କରକମଳରେ ଖୋଲିଥିବା ଉଦଳା ମହାବିଦ୍ୟାଳୟ ଆଜିର ମୁକସାଖୀ ଭାବରେ ଛିଡ଼ା ହୋଇଅଛି । ତାଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଓଡ଼ିଶାରେ ଅନେକ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକ ସରକାରୀ ଭାବରେ ମାନ୍ୟତା ଦେଇଥିଲେ । ଗାଁକୁ କାମ, ମାଆ କୁ ସମ୍ମାନ ନାରାରେ ସମଗ୍ର ଓଡ଼ିଶା ବିକାଶ ଏବଂ ମହିଳା ମାନଙ୍କୁ ରାଜନୀତିରେ ସ୍ୱତନ୍ତ୍ର ଭାବରେ ୩୩% ସ୍ଥାନ ସଂରକ୍ଷଣ କରି ସାରା ଭାରତ ବର୍ଷରେ ଇତିହାସ ରଚିଥିଲେ । ବିଜୁ ବାବୁ କେବଳଯେ ଭାରତ ବର୍ଷର ନେତା ଥିଲେ ତାହା ନୁହେଁ ପୃଥିବୀର ଅନେକ ଦେଶରେ ତାଙ୍କର ପରିଚୟ ଥିଲା । ଯାହାର ପ୍ରମାଣ ଇଣ୍ଡନେସିଆ ଦେଶର ସେ ଭୂମିପୁତ୍ର ଉପାଧି ପାଇଛନ୍ତି । ଏବଂ ରାସିଆ (ରୁଷ) ଦେଶରେ ମଧ୍ୟ ତାଙ୍କର ଅନେକ ସୁନାମ ରହିଥିବାର ପ୍ରମାଣ ମିଳେ । ଆଜି ତାଙ୍କର ୨୯ତମ ତୀରଧାନ ଦିବସରେ ସଭାକୁ ରୁଦ୍ଧିମନ୍ତ କରିବା ପାଇଁ ଜିଲ୍ଲାର ବିଜେଡ଼ି ଉପ-ସଭାପତି ଶଶଧର ସ୍ୱାଇଁ, କୃଷ୍ଣ ଚୈତନ୍ୟ ସଦୁଆଳ, ଯୁବନେତା ଆଶିଷ ଦାସ, ପ୍ରତାପ ଚନ୍ଦ୍ର ବେହେରା, ଭବାନି ଶଙ୍କର ମହାନ୍ତ, ସୁମନ୍ତ ମହାନ୍ତି, ସୁନୀଲ କୁମାର ପ୍ରଧାନ, ତୁରାମ ସିଂ, ଚନ୍ଦ୍ର ମୋହନ ସିଂ , ନରହରି ନାଏକ, ସୁଶାନ୍ତ ବେହେରା, ଶଶିକାନ୍ତ ମଲ୍ଲିକ୍, ମନୋରଂଜନ ପାତ୍ର, ମହାକାର ମାର୍ଣ୍ଡି ଏବଂ ଅନେକ ଯୁବ ନେତୃତ୍ୱ ମାନେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)