“ହନୁମାନ ମନ୍ଦିର ପରିସର ରେ ନୂତନ ଗୋଷ୍ଠି କେନ୍ଦ୍ର ର ନିର୍ମାଣ ଭିତ୍ତି ପ୍ରସ୍ଥର  କାର୍ଯ୍ୟକ୍ରମ “

ବାରିପଦା/ଉଦଳା( କ ବ୍ୟୁ ) ତା୧୭/୪/୨୦୨୬ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସହର ରେ ଥିବା ହନୁମାନ ମନ୍ଦିର ର ୨୬ ତମ ପ୍ରତିଷ୍ଠା ଦିବସ ଅବସର ରେ ହନୁମାନ ମନ୍ଦିର ପରିସର ରେ ଏକ ନୂତନ ଗୋଷ୍ଠି କେନ୍ଦ୍ର ର ନିର୍ମାଣ ଭିତ୍ତି ପ୍ରସ୍ଥର  କାର୍ଯ୍ୟକ୍ରମ ଆଜି ହୋଇଯାଇଛି ।ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅଧ୍ୟକ୍ଷ ସ୍ବତନ୍ତ୍ର ସହାୟତା ଯୋଜନା ପାଣ୍ଠି, ମୟୂରଭଞ୍ଜ ଙ୍କ କର କମଳ ରେ ଭୂମିପୂଜନ ହୋଇଅଛି ।ଉଦଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ୍ କର, ସହକାରୀ ନିର୍ବାହୀ ଯନ୍ତ୍ରୀ ପପୁ ଭୁୟାଁ ଉପସ୍ଥିତ ରେ ମୁଖ୍ୟମନ୍ତ୍ରୀ ସହାୟତା ହାତ ପାଣ୍ଠି ରୁ ଛଅ ଲକ୍ଷ ଟଙ୍କା ଅଟକଳ  ରେ ହେବ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *