ମାଟି ମା’ ଧରିତ୍ରୀ ସୁନ୍ଦର ସୃଜନୀ
ମୃତ୍ତିକା ପାଣି ପବନ,
ନଦୀ ଓ ସାଗର ଝରଣା ପର୍ବତ
ଜୀବଜନ୍ତୁ ଭିନ୍ନ ଭିନ୍ନ ।
ପଶୁ-ପକ୍ଷୀ ସାଥେ ବୃକ୍ଷ-ଲତା ମିଶି
ପରିବେଶ ସନ୍ତୁଳନ,
ସର୍ବ ଜୀବଜନ୍ତୁ ମଧ୍ଯେ ନର ଶ୍ରେଷ୍ଠ
କରେ ପ୍ରକୃତି ଶୋଭନ ।
ସମାଜ ଗଠନେ ସାମାଜିକ ପ୍ରାଣୀ
ବୁଦ୍ଧି ଜ୍ଞାନ ବିଚକ୍ଷଣ,
ପ୍ରକୃତିର ଶୋଭା ଉପଭୋଗ ସାଥେ
କରେ ରକ୍ଷଣାବେକ୍ଷଣ ।
ମାନବର ଅପ- ପ୍ରୟୋଗରେ ନଷ୍ଟ
ପ୍ରକୃତିର ଉପାଦାନ,
ପ୍ରାକୃତିକ ବିପ- ର୍ଯ୍ୟୟରେ ବିନଷ୍ଟ
ସୁନ୍ଦର ସୃଷ୍ଟି ସୃଜନ ।
ମାନବର କାର୍ଯ୍ୟ- କଳାପରେ ଶୋଭା
ପ୍ରକୃତି ପର୍ଯ୍ୟାବରଣ,
ମାଟିର ସୁରକ୍ଷା ପଥର ବନ୍ଧରେ
ସୁକୃତ ବୃକ୍ଷ-ରୋପଣ ।
ବାୟୁ ବିଶୋଧନେ ବାରୁଦ ବର୍ଜନ
ଜଳ ସଂରକ୍ଷଣେ ବନ୍ଧ,
ଏମନ୍ତ ସୁରକ୍ଷା- କବଚ ମଧ୍ଯରେ
ସୁନ୍ଦର ସୃଷ୍ଟି ସୁଗନ୍ଧ ।
ଜୁଲାଇ ମାସର ଅଠେଇଶ ଦିନ
ପ୍ରକୃତିର ସଂରକ୍ଷଣ,
ବିଚାର ବିମର୍ଶ କର୍ମ ସମ୍ପାଦନେ
ସୃଷ୍ଟି ସୁରକ୍ଷା ପୂଜନ ।
ଶମ୍ଭୁନାଥ ଦାସ