ପୃଥିବୀ ବାଘ ଦିବସ

International Tiger Day 🐯
(29th of July ✍️ଜୁଲାଇ ୨୯ ତାରିଖ)


~~
ଆହାଃ କି ସୁନ୍ଦର ଏ ପୃଥିବୀ ଗାତ୍ର
ଜଳ ସ୍ଥଳ ଗିରି-ବନ,
ବିଭିନ୍ନ ପାଦପ ଭିନ୍ନ ଭିନ୍ନ ଜନ୍ତୁ
ରଙ୍ଗ-ବେରଙ୍ଗ ଶୋଭନ ।

ଭିନ୍ନ ଭିନ୍ନ ପଶୁ- ପକ୍ଷୀଙ୍କର ବାସ
ପଲ୍ଲୀ’ଠାରୁ ଗିରିବନ,
ସେମାନଙ୍କ ନୃତ୍ଯ- ଗୀତରେ ମୋହିତ
ସର୍ବ ଜନ ମନ ପ୍ରାଣ ।

କିଛି ପଶୁ-ପକ୍ଷୀ ଗୃହପାଳିତ ଯେ’
ବନୋଦ୍ଯାନେ ବିଚରଣ,
ଅନ୍ଯ କିଛି ଆମ ଜୀବନେ ବିପଦ
ବନ୍ଯ ଜନ୍ତୁ ଆକ୍ରମଣ ।

ବାଘ ସିଂହ ଭାଲୁ ଆଦି ବନ୍ଯ-ପ୍ରାଣୀ
ମାଂସାଶୀ ଭାବେ ଗଣନ,
ଜଙ୍ଗଲରେ ଅବା ଚିଡ଼ିଆଖାନାରେ
ବିଚରଣ କି ବନ୍ଧନ !

ବାଘ ଅଟେ ଆମ ଜାତୀୟ-ପଶୁ ଯେ’
ସୁରକ୍ଷା ବ୍ଯାଘ୍ର ପ୍ରକଳ୍ପ,
ମାରାତ୍ମକ ଜନ୍ତୁ ହେଲେ ବି ଆମର
ଶୋଭେ ବାଘ-ମାମୁଁ ଗଳ୍ପ ।

ମହାବଳ ଅବା କଲରାପତ୍ରିଆ
ଚିତାବାଘ ସୁଶୋଭନ,
ବାଘ-ଛାଲ ଅତି ସୁନ୍ଦର ଅମୂଲ୍ଯ
ଶିବଙ୍କର ବସ୍ତ୍ରାସନ ।

ଜୁଲାଇ ମାସର ଅଣତିରିଶ ଯେ’
ପୃଥିବୀ ବାଘ ଦିବସ ,
ସରକାରଙ୍କର ସୁରକ୍ଷା ଯୋଜନା
ହେଉ ସଫଳ ସରସ ।

ଶମ୍ଭୁନାଥ ଦାସ
ସା/କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର

Leave a Reply

Your email address will not be published. Required fields are marked *