ବାପା

ଆକାଶ ଠୁ ବଡ
ପାତାଳ ଠୁ ବଡ
ତୁମେ ପରା ସଂଜ୍ଞାହୀନ
କଲମ ମୁନରେ
ଶକତି ନାହିଁ ମୋ
କରିବାକୁ ତୁମ ଗୁଣ ଗାନ
ଯାହା ମୁଁ ହୋଇଛି
ଯାହା ମୁଁ କରୁଛି
ସବୁ ତ ତୁମରି ଦାନ
ହେ , ବାପା ତୁମେ ମୋହାନ
ହେ, ବାପା ତୁମେ ମୋହାନ —

ତୁମରି ଜ୍ୟୋତି ରେ
ଜ୍ୟୋତିର୍ମୟ ହୋଇ
ପାଇଛି ମୁଁ ଚକ୍ଷୁଦାନ
ଅଜ୍ଞ ସମାଜ ରେ
ବିଜ୍ଞ ବ୍ୟକ୍ତି ହୋଇ
ପାଉ ଅଛି ସନମାନ
ତୁମ ପରିଚୟେ
ପରିଚିତ ହେଲି
ଏହା ମୋର ବଡ ପଣ
ହେ, ବାପା ତୁମେ ମୋହାନ
ହେ, ବାପା ତୁମେ ମୋହାନ —–
ଖାଲି ପାଦେ ଚାଲି
କଣ୍ଟା ମାଡ଼ିଛ
ଚିରା ଫଟା ପିନ୍ଧି
ମୋତେ ସଜାଇଛ
ମୁଣ୍ଡ ଉଚ୍ଚା କରି
ବାଟ ମୁଁ ଚାଲିଛି
ସବୁ ତୁମ ତ୍ୟାଗ ଦାନ
ହେ, ବାପା ତୁମେ ମୋହାନ
ହେ, ବାପା ତୁମେ ମୋହାନ —–
ବୃଦ୍ଧ କାଳେ ନେଇ
ବୃଦ୍ଧାଶ୍ରମେ ରଖେ
ମାନବିକତା କୁ ଭୁଲି
କଥା କଥାରେ ମୁଁ
ଗରମ ଦେଖାଏ
ହେଲେ, ନ ଥାଏ ତୁମର
ଅଭିମାନ
ହେ, ବାପା ତୁମେ ମୋହାନ ——
ଶାନ୍ତି ର ନିଦେ
ଶୋଇଗଲ ସେଶେ
କରିଲନି ମୋତେ ଶାସନ
ବୁକୁ ତଳେ ଚାପି
ଅକୁହା ଭାଷାକୁ
ନେଲ ତୁମେ
ଚିର ବିଶ୍ରାମ
ନେଲ ତୁମେ ଚିର ବିଶ୍ରାମ
ହେ, ବାପା ତୁମେ ମୋହାନ
ହେ, ବାପା ତୁମେ ମୋହାନ
———-**————–
ନିରୁପମା ସ୍ୱାଇଁ
ବାରିପଦା

Leave a Reply

Your email address will not be published. Required fields are marked *