
ସେନହ ମୟୀ ସେ
କରୁଣା ନଈ ସେ
ତୁଳନା ତାହାର ନାହିଁ
ଆପଦେ ବିପଦେ
ଦୁଇପଦ କଥା
ଦେହକୁ ବଳ ଯୋଗାଇ
ମୋ ମାଆ ପରି କେହି ନାହିଁ ——-
ପାଠ ସେ ପଢ଼ିନି
କଲେଜ ଯାଇନି
ସେ ପରା ପ୍ରଥମ ଗୁରୁ
ତାର ଉପଦେଶ ସହସ୍ର ଆଶିସ
ଆପେ ମଥା ଯାଏ ନଇଁ
ମୋ ମାଆ ପରି କେହି ନାହିଁ ——
ଭଲ ସେ ଖାଏନି
ଭଲ ସେ ପିନ୍ଧେନି
ଛୁଆ ଙ୍କ ମଙ୍ଗଳ ପାଇଁ
ଘର ଗୋଟା କର
ଦାୟିତ୍ଵ ବୋଝାକୁ
ମୁଣ୍ଡରେ ଥାଏ ମୁଣ୍ଡେଇ
ମୋ ମାଆ ପରି କେହି ନାହିଁ ——
ହସି ହସି ସବୁ
ସହୁଥାଏ ନୀତି
ପଲଟ ଜବାବ ନାହିଁ
ଅବୋଧ ସନ୍ତାନ
ବୁଝେନି ତାହାକୁ
ଭାବିଲେ ଦୁଃଖ ଲାଗଇ
ମୋ ମାଆ ପରି କେହି ନାହିଁ —-
ତୋର ପାଦ ତଳେ
ସକଳ ତୀର୍ଥ
ଚାରି ଧାମ ଯିବି କାହିଁ
ତୋ କୋଳ ଝୁଲଣା ରେ
ଶୋଇଗଲେ ଥରେ
ଶାନ୍ତି ର ନିଦ ଆସଇ
ମୋ ମାଆ ପରି କେହି ନାହିଁ ——
ତୋ ହାତ ପଖାଳ
ଆହା କି ମଧୁର
ଉପଚାର ଦେହ ପାଇଁ
ସତ ଅଉଶଧ
ଲାଗେନି ତା ସଙ୍ଗେ
ଆଜି ବି ମୋ ମନ ଝୁରଇ
ଆଜି ବି ମୋ ମନ ଝୁରଇ
ମୋ ମାଆ ପରି କେହି ନାହିଁ —–
———-**————-
ନିରୁପମା ସ୍ୱାଇଁ
ବାରିପଦା