
ଭଞ୍ଜନଗର (ସୁବ୍ରତ କୁମାର ଦାଶ, କଳିଙ୍ଗପ୍ରଭା): ସୋମବାର ଭଞ୍ଜନଗର ପୋଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇ ଏହି ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘର ପଛପଟୁ ୨୯ ଟି କାର୍ଟୁନ୍ ଏବଂ ପ୍ୟାକେଟ ରୁ ୧୫୩.୯୨୦ ଲିଟର ବିଦେଶୀ ମଦ ଓ ୧୧ ଲିଟର ଦେଶୀ ମଦ ଜବତ କରାଯାଇଛି । ଭଞ୍ଜନଗର ପୋଲିସ କେସ ନଂ ୧୮୪/୨୦୨୪ ରୁଜୁ କରାଯାଇ ଓଡ଼ିଶା ଅବକାରୀ ଆଇନ ସେକ୍ସନ ୫୨ (କ) ଅନୁଯାୟୀ ନନ୍ଦିନୀପଲ୍ଲୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା (ପିତା – ସ୍ବର୍ଗତ ଅନ୍ତର୍ଯ୍ୟାମୀ ବେହେରା) ଙ୍କୁ ଗିରଫ କରିଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।