ଗଞ୍ଜାମ ଜିଲ୍ଲା ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ l

ଛତ୍ରପୁର : ୧୬.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସାମୁଦ୍ରିକ ଥାନା ନିକଟରେ ଆର୍ଯ୍ୟପଲ୍ଲୀ ଜନସାଧାରଣଙ୍କୁ ନେଇ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗଦେବା ସହ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ନାୟକ, ଆସିଷ୍ଟାଣ୍ଟ କମାଣ୍ଟlନ ଓ ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା ଯୋଗଦେଇ ଜନତା ଓ ପୋଲିସ ମଧ୍ୟରେ ଦୂରତା ନ ରହିବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ, ପୋଲିସ ଓ ଜନତା ଭିତରେ ସୁସମ୍ପର୍କ ସ୍ଥାପନ କରିବା, ମିଡିଲ ମ୍ୟାନ ଅର୍ଥାତ୍ ମଧ୍ୟସ୍ଥି ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ସଚେତନ ଓ ଜନତା ,ବିନା ଭୟ ଓ ବିନା ଦ୍ବନ୍ଦରେ ପୋଲିସ ନିକଟକୁ ଆସିବା ନିମନ୍ତେ ଲୋକଙ୍କୁ ସଚେତନା କରେଇ ଲୋକଙ୍କ ମନରେ ପୋଲିସ ଚରିତ୍ରକୁ ଏକ ସାଧାରଣ ମଣିଷ ରୂପେ ବିଶ୍ୱାସ ଆଣିବା ପାଇଁ ଏକ ନିଆରା ପ୍ରୟାସ କରାଯାଉଛି l ତେଣୁ ଆଜି ଏକ ଜନ ସଂପର୍କ ଶିବିର ଆୟୋଜନ କରି ସ୍ଥାନୀୟ ଛାତ୍ରଛାତ୍ରୀ , ଯୁବକଙ୍କୁ ନେଇ ସଙ୍ଗୀତ ଓ ଭଲିବଲ୍ ପ୍ରତିଯୋଗୀତା କରି କୃତି ଛାତ୍ରଛାତ୍ରୀ ଓ ଦଳକୁ ପୁରସ୍କୃତ କରିଥିଲେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର l ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ପୋଲିସ ଅଧିକାରୀ ଗୌରହରି ସାହୁ ପରିଚାଳନା କରିଥିଲା ବେଳେ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟଭାରତୀ ନାୟକ ଓ ଥାନାର ସମସ୍ତ ଷ୍ଟାଫମାନେ ସହଯୋଗ କରିଥିଲେ l ସାନ ଆର୍ଯ୍ୟପଲ୍ଲି, ବଡ ଆର୍ଯ୍ୟପଲ୍ଲି ଗ୍ରାମବାସୀ ଉପସ୍ଥିତ ଥିଲେ l ଶେଷରେ ସ୍ଥାନୀୟ ଥାନଧିକାରୀ ବିଦ୍ୟାଭାରତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *