


ରାୟଗଡା :(କ :ପ୍ର )ରାୟଗଡା ଜିଲ୍ଲା କଲ୍ୟାସିଂପୁର ବ୍ଲକ ନାରାୟପୁର ପଞ୍ଚାୟତ ଶିରିପୁର ଗ୍ରାମରେ ଆଦିବାସୀ ମାନଙ୍କ ପ୍ରାଚୀନ ଧାର୍ମିକ ପରମ୍ପରାରେ ପ୍ରଚଳନ ସୀତା ପୂଜା ବଡ଼ ଉତ୍ସାହ ଓ ଉଲ୍ଲାସର ସହ କାଡ୍ରାକା ପରିବାର ଦ୍ଵାରା ପାଳନ କରାଯାଇଛି।ଏହି ପୂଜା ଆଦିବାସୀ ନାରୀମାନଙ୍କ ଦ୍ଵାରା ପ୍ରାଧାନ୍ୟପୂର୍ବକ କରାଯାଏ, ଯେଉଁଥିରେ ପୁରୁଷମାନେ ମଧ୍ୟ ସହଯୋଗ କରନ୍ତି। ଏହି ଉତ୍ସବ ମାଟି, ପରିବେଶ ଏବଂ ଉର୍ବରତା ରକ୍ଷା କରିବା ପାଇଁ ଏବଂ ଫସଲ ଉତ୍ପାଦନ, ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଇଥାଏ। ପରିବାର ପୂଜା ସମୟରେ ଘର ଏବଂ ମଣ୍ଡପରେ ବିଶେଷ ପୂଜା ବନ୍ଦନା କରାଯାଇଥିଲା।ହସ୍ତରେ ନିର୍ମିତ କରି ପ୍ରସ୍ତୁତ ପୂଜା ସାମଗ୍ରୀ ବ୍ୟବହାର କରାଯାଇଛି।ପରମ୍ପରାଗତ ଗୀତ ଏବଂ ନୃତ୍ୟ ମାଧ୍ୟମରେ ଉତ୍ସବର ଉତ୍ସାହ ବୃଦ୍ଧି କରାଯାଇଥିଲା।ପରମ୍ପରାଗତ ପୋଷାକ ପିନ୍ଧିଥିବା ମହିଳା ଏବଂ ପୁରୁଷମାନେ ମଣ୍ଡପରେ ଏକତାର ସୂଚନା ଦେଇ ଉପସ୍ଥିତ ହୋଇଥିଲେ।ଫଳ, ଫୁଲ, ନଦୀର ପାଣି, ଅନ୍ୟାନ୍ୟ ପୂଜା ସାମଗ୍ରୀ ମଣ୍ଡପରେ ଅର୍ପଣ କରାଯାଇଥିଲା।ଏହି ସୀତା ପୂଜା ଆଦିବାସୀ ଜୀବନଶୈଳୀ, ସଂସ୍କୃତି ଏବଂ ଏକତାର ଜୀବନ୍ତ ଉଦାହରଣ। ଏହା ସମୁଦାୟର ଏକତା, ଧାର୍ମିକ ଭାବନା ଏବଂ ପରମ୍ପରାଗତ ଆସ୍ଥାକୁ ଉଜାଗର କରେ।
ଦକ୍ଷିଣାଚାର ପଦ୍ଧତିରେ ଆଦିବାସୀ ସମ୍ପ୍ରଦାୟରେ ନଡ଼ିଆ, କଦଳୀ, ଧୂପ ଦୀପ ଗନ୍ଧ ବିଭିନ୍ନ ଫୁଲ, ଫଳ ଏବଂ ଛାଗ, ଚରଣାୟୁଧ, ଗ୍ରାମ ଶୂକର, ବଳି ପ୍ରେକ୍ଷଣର ପ୍ରଥା ରହିଛି। ଏହା ଦ୍ୱାରା ତାଙ୍କ ସୀତାପେନୁ (ଦେବୀ) ସନ୍ତୋଷ ହେବାର ବିଶ୍ବାସ ରହିଛି। ଯାହା ଦ୍ଵାରା ପରିବାର ମଙ୍ଗଳ ହେବାର ଆସ୍ଥା ଓ ବିଶ୍ୱାସ ଅଛି। ରାୟଗଡା ରୁ ତପନ କାଡ୍ରାକା l