ମୋ ଗାଁ

କେନ୍ଦ୍ରାପଡ଼ା ଜିଲ୍ଲା ର
ପୂରୁବ ପ୍ରାନ୍ତରେ
ମୋ ଗାଁ ଟି ଅଛି
ଗାଁ ମୁଣ୍ଡରେ ଶିବ ମନ୍ଦିର
ବଡ ପୋଖରୀ ସାଙ୍ଗକୁ
ବିଦ୍ୟାଳୟ ରହିଛି
ଆଜି ବି ମୋ ଗାଁ
ମୋତେ ବହୁତ ଭଲ ଲାଗୁଛି —
ପ୍ରାଥମିକ ପାଠ ଶାଳା
ଗୁରୁଜୀଙ୍କ ମାଡ଼
ଆଜିବି ମନେ ପଡୁଛି
ବୋହୁ ଚୋରି ଖେଳ
ଯେଉଁ ଠି ରହିଲେ ବି
ଗାଁ କଥା ମନେ ପଡୁଛି
ମୋତେ ମୋ gan——–
ସହର ର ଚାକ ଚକ୍ୟ ମଧ୍ୟରେ
ଆତ୍ମୀ ୟତା ନାହିଁ
ତଥାପି ଏ ମଣିଷ ଗାଁ ଛାଡି
ସହର ଆସଇ
ଗାଁ ମାଟି ପବନ କୁ
ଆଜି ବି ଝୁରି ମରୁଛି
ମୋତେ ମୋ ଗାଁ ——
ରଜ ଜୁତିବାନ ଆଉ
ଦୀପାବଳି ହୋଲି
ପରବ ର ମଜା ଏବେ
ଫିକା ପଡିଲା ଣି
ମାଦକ ଦ୍ରବ୍ୟର ନିଶା
ଚୋରି ଡକାୟତି
ଗାଁ ପରିବେଶ କୁ ଆଜି
ବିଗାଡି ଦେଇଛି
ମୋତେ ମୋ ଗାଁ —–
ଚାକିରିଆ ପଣ୍ଡା ଆଉ
ଯୋଗୀ ର କେନ୍ଦରା
ଲୋପ ପାଇ ବସିଲାଣି
ଆମ ପରମ୍ପରା
ମଦ ନିଶାରେ ଏଠି
ସଭିଏଁ ଝୁମନ୍ତି
ତଥାପି ସେ ମୋ ଗାଁ
ମୋତେ ଭଲ ଲାଗୁଛି
ମୋତେ ଭଲ ଲାଗୁଛି —

Nirupama swain

Baripada Odisha

Leave a Reply

Your email address will not be published. Required fields are marked *