
କଟକ – ୨୭-୧୨-୨୦୨୪ ରିଖ କଟକ ସଦର ୪୨ ମୌଜା ଶ୍ରୀରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ନିଯୁକ୍ତି ପାଇଲେ ସ୍ଥାୟୀ ଅଧ୍ୟକ୍ଷ। ପ୍ରକାଶ ଥାଉ କି ୨୦୨୦ ମସିହା ରେ ତତ୍କାଳୀନ ସରକାର ସମୟରେ ଶ୍ରୀରାମ ଠାରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆସ୍ତାୟି ଅଧ୍ୟକ୍ଷ କାର୍ଯ୍ୟଭାର ତୁଲାଉ ଥିଲେ।ବର୍ତ୍ତମାନ ବିଦ୍ୟାଳୟରେ ୬ଷ୍ଟ ଶ୍ରେଣୀ ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୩୦ ଛାତ୍ର ଛାତ୍ରୀ ପଢୁଛନ୍ତି।ପ୍ରଥମେ କିଛିଦିନ ରଞ୍ଜିତା ଜେନା ଏବଂ ପରେ କିଛିଦିନ ଅଭିନାସ ସାହୁ ଆସ୍ଥାୟି ଭାବେ ଅଧ୍ୟକ୍ଷ ପଦରେ ରହି କାର୍ଯ୍ୟ ଭାର ତୁଲାଉ ଥିଲେ।ଗତ କାଲି ଡ଼ିସେମ୍ବର ୨୬ ତାରିଖ ଦିନ ସରକାର ବିଧିବଦ୍ଧ ଭାବରେ ଶ୍ରୀଯୁକ୍ତ ଅରୁଣ କୁମାର ପଟେଲ ଙ୍କୁ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି। ଏଥି ପୂର୍ବରୁ ଶ୍ରୀଯୁକ୍ତ ପଟେଲ ୨୦୧୭ ମସିହାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ବ୍ଲକ୍ ଶାସନ ଆମ୍ଭଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ।ଗଞ୍ଜାମ ରେ ଥିବା ସମୟରେ ସେ ବିଦ୍ୟାଳୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଏକ ଭଲ ସୈଖିକ ବାତାବରଣ ସୃଷ୍ଟି କରିଥିଲେ। ଜଣେ ବଳିଷ୍ଠ ପ୍ରଶାସକ ପ୍ରଶାସକ ଭାବରେ କାର୍ଯ୍ୟ କରିବାର ଦକ୍ଷତା ପାଇଁ ବହୁ ବାର ପ୍ରଶଂସିତ ହୋଇଥିଲେ।
ଶ୍ରୀରାମ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଭାରପ୍ରପ୍ତ ଅଧ୍ୟକ୍ଷ ଏକ ସ୍ୱାଗତ ସଭାର ଆୟୋଜନ କରି ସ୍ଥାୟୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଥିବା ଅରୁଣ କୁମାର ପଟେଲ ଙ୍କୁ ବିଦ୍ୟାଳୟର ଭାର ହସ୍ତାନ୍ତର କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଟୁନା ପରିଡ଼ା, ପତିତପାବନ ମହାପାତ୍ର, ଅଜିତ କୁମାର ନାଟିଆ , ପ୍ରତିମା ଜେନା , ସଂସ୍କୃତି ସ୍ୱାଇଁ , ଅବିନାଶ କର, ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଅଧ୍ୟକ୍ଷ ସମସ୍ତଙ୍କ ସହିତ ପରିଚିତ ହୋଇଥିଲେ।