

କଟକ – ୨୭ -୧୨-୨୦୨୪ ରିଖ ଭଦ୍ରକ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ NSS ବିଭାଗର ସଭଗୃହରେରାଜ୍ୟ ସ୍ତରୀୟ ତୃତୀୟ ବାର୍ଷିକ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ରାଖାଲ୍ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମ ଅଧିବେଶନ ସକାଳ ୯.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ଚାଲୁ ରହିଥିଲା।ଉପସ୍ଥିତ ଅଥିତି ମାନେ ହେଲେ
ସଂଗଠନ ସଂଯୋଜକ ପ୍ରଫେସର ଡ଼.ଶିବଶଙ୍କର ସାହୁ ରେଭେନ୍ସା ବିଶ୍ଵବିଦ୍ୟାଳୟ କଟକ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ମୀନ କେତନ ଦାସ ପୂର୍ବତନ ନିର୍ଦ୍ଦେଶକ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ତଥା ବିଶିଷ୍ଟ କବି ଓ ଭାଷ୍ୟକାର
ମୁଖ୍ୟବକ୍ତା-ପ୍ରଫେସର ନଟବର ଶତପଥି ପୂର୍ବତନ ଓଡ଼ିଆ ବିଭାଗୀୟ ମୁଖ୍ୟ ରେଭେନ୍ସା ବିଶ୍ଵବିଦ୍ୟାଳୟ କଟକ
ସମ୍ମାନ୍ନିତ ବକ୍ତା ଇଂ ପଦ୍ମଲୋଚନ ମାଝୀ ନୂଆପଡ଼ା ମୁଖ୍ୟ ଉପଦେଷ୍ଟା
ସମ୍ମାନ୍ନିତ ବକ୍ତା ଶରତ ଚନ୍ଦ୍ର ନାୟକ ଅବସର ପ୍ରାପ୍ତ ଶିକ୍ଷକ କଟକ ମାତୃଭାଷାର ବର୍ତ୍ତମାନ ସ୍ଥିତି ଓ ପ୍ରଗତି ଉପରେ ଆଲୋଚ଼ନା କରିଥିଲେ
ଉପସଭାପତି ଡ଼. ପ୍ରଦୀପ କୁମାର ନାୟକ ଓ ଉପଦେଷ୍ଟା ତଥା କୋଷାଧ୍ୟକ୍ଷ ବରିଷ୍ଠ ଆଇନୀଜୀବୀ ଓଡ଼ିଶା ହାଇକୋର୍ଟ କଟକ ସୁରେନ୍ଦ୍ର ପ୍ରସାଦ ବାରିକ ସମସ୍ତ କବି କବୟିତ୍ରୀ ମାନଙ୍କର ସାଧନାକୁ ଭୁରିଭୁରି ପ୍ରଶଂସା କରିଥିଲେ।ସହସଂପାଦକ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଗୋଛାୟତ ଶିକ୍ଷକ ପ୍ରଶିକ୍ଷକ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡ଼ା ମଞ୍ଚ ପରିଚାଳନା କରିଥିଲେ
ସମ୍ପାଦିକା ସରସ୍ଵତୀ ବାରିକ୍
ଶିକ୍ଷୟିତ୍ରୀ ବାସୁଦେବପୁର, ଭଦ୍ରକ ବିବରଣୀ ପାଠ କରିଥିଲେ |
୧୧ ଜଣ କବିଙ୍କୁ ମାଟିର କବି ଓ ଶତାଧିକ କବିଙ୍କୁ କବିତା ଆକରରେ ମାଟିର ବାସ୍ନା ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନ
କବିତା କାର୍ଯ୍ୟକ୍ରମ ପରିଚାଳନା
ହୃଷିକେଶ ପ୍ରଧାନ ସାଂସ୍କୃତିକ ସଂପାଦକ ନୟାଗଡ଼ ପରିଚାଳନା କରିଥିଲେ ।
ସଂଯୋଜନା ନଳିନୀ ପ୍ରଭା ଦାସ
ମହିଳା ମଞ୍ଚ ସଂପାଦିକା କଳାହାଣ୍ଡି
ଉମିଳା ଦାସ ରାଜ୍ୟ ସହ ପରିଚାଳିକା କଟକ
ଅଧ୍ୟାପିକା ମନ୍ଦାକିନୀ ପାଢ଼ୀ ସାଂସ୍କୃତିକ ସଂପାଦିକା ବରଗଡ଼
ମୁରାରୀ ପ୍ରସାଦ ପଶାଏତ ଜିଲ୍ଲା ସଂପାଦକ ଝାରସୁଗୁଡ଼ା
ଶାନ୍ତିଃ ପାଠ -ଗାୟତ୍ରୀ ଦାସ ମହିଳାମଞ୍ଚ ସଭାନେତ୍ରୀ
ଧନ୍ୟବାଦ ଅର୍ପଣ -କମଳ କାମିନୀ ଦେ ବାଲେଶ୍ଵର ଉପସ୍ଥିତ ଥିଲେ।
ଉକ୍ତ ଅବସରରେ ମାଟିର ବାସ୍ନା ସାହିତ୍ୟ ସଂସଦର ବାର୍ଷିକ ମୁଖ୍ୟପତ୍ର ମାଟିର ସୌରଭ ଉନ୍ମୋଚିତ ହୋଇଥିଲା।
ଲେଖକ ରାଖାଲ ଚନ୍ଦ୍ର ସ୍ୱାଇଁଙ୍କ ପୁସ୍ତକ ଆମେ ଋଦ୍ଧିମାନ ଆମେ ସିଦ୍ଧିମାନ ଏବଂ ପ୍ରଫୁଲ୍ଲ କୁମାର ଗୋଚ୍ଛାୟତଙ୍କ ପୁସ୍ତକ ଜେଜେ ଉନ୍ମୋଚିତ ହୋଇଥିଲା।
ଗାୟତ୍ରୀଦାସ ଯାଜପୁର ଶାନ୍ତିପାଠ ଓ ସଭାପତି ସଭାକୁ ବିରତି ଦେଇଥିଲେ ।