



ରାୟଗଡା (ତପନ କାଡ୍ରାକା )ଜିଲ୍ଲା ରାୟଗଡା ବ୍ଳକ ତାଡ଼ମା ଗ୍ରାମ ପଞ୍ଚାୟତରେ ଠରେ ଆୟୋଜିତ ଏକ ବିରାଟ ସମାବେଶରେ ସମସ୍ତ ଗ୍ରାମର ଯୁବବର୍ଗ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ। ସଭାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବବର୍ଗ ଓ ବୁଦ୍ଧିଜୀବୀ ମାନଙ୍କୁ ଏକତ୍ର କରି ଏକ ସଂଘ ଗଠନ କରିବା। ଏହି ସମାବେଶରେ ପ୍ରାୟ ୪୮୦ ଯୁବବର୍ଗ ଓ ଏକ ବରିଷ୍ଠ ଓକିଲଙ୍କ ସାହାଯ୍ୟରେ “ସହୀଦ ଲକ୍ଷ୍ମଣ ନାୟକ ଜନ କଲ୍ୟାଣ ସଂଘ” ଗଠନ କରାଯାଇଥିଲା। ସଂଘର ମୂଳ ଉଦ୍ଦେଶ୍ୟ ଭାତୃଭାବ ବଢ଼ାଇବା, ସମାଜିକ ଓ ଯୁବକ ସଶକ୍ତୀକରଣ, ସାମାଜିକ ଓ ସାଂସ୍କୃତିକ ବିକାଶ ଘଟେଇବା ଓ କୌଶଳ ବିକାଶରେ ଜୋଗାଯୋଗ ସୁନିଶ୍ଚିତ କରିବା।ସଂଘର ପ୍ରତ୍ୟେକ ଦାୟିତ୍ୱ ନିମ୍ନପ୍ରକାର ଭାବେ ବଣ୍ଟନ କରାଯାଇଛି ସଭାପତି ସୋମନାଥ ଯାକକା,କାର୍ଯ୍ୟରତ ସଭାପତି ଚନ୍ଦ୍ରଶେଖର ଖରସେଲିବନ୍ଶ,ଉପସଭାପତି କୃଷ୍ଣ ମିନିଆକା,ସମ୍ପାଦକ ସୁନ୍ଦରାଓ କାଡ୍ରାକା,ଯୁଗ୍ମ ସମ୍ପାଦକ,କାମ୍ବୁ କାଡ୍ରାକା,କୋଷାଧ୍ୟକ୍ଷ ଆନନ୍ଦ ମିନିଆକା ଓ ପ୍ରଶାନ୍ତ ମିନିଆକା,ସାମାଜିକ ଗଣମାଧ୍ୟମ ଦାୟିତ୍ୱ ଚନ୍ଦ୍ରଶେଖର ଖରସେଲିବନ୍ଶ,ନ୍ୟାୟିକ ସଳାହକାର ଅରୁଣ କୁମାର ଲେଙ୍କା,ଧନିଆ ମିନିଆକା, ସୋଡେୟା କୋଣ୍ଡଗିରି , ସେମ୍ବୁ ମିନିଆକା, ନାରାୟଣ ମିନିଆକା, ଦିଉ କାଡ୍ରାକା, ଦେଇନା ମେଳକା, ନାରାୟଣ କୋଳକା, ମାସିଆ ମିନିଆକା, ଅନନ୍ତ କାଡ୍ରାକା, ମୁଗୁରି କାଡ୍ରାକା, ଗୋପୀନାଥ ହିମିରିକା, ସଦାଶିବ ପିଡିକା, ନାଇକାମା କାଡ୍ରାକା, ସୁଦେଶ ମେଳକା, ରବି କାଡ୍ରାକା, ପ୍ରଶାନ୍ତ ଗାଣ୍ଟା, ରମେଶ ତାଡିଙ୍ଗି, ତ୍ରିମା କୋଳକା, ନରେନ୍ଦ୍ର କାଡ୍ରାକା, ସୁମନ କାଡ୍ରାକା।ସାମ୍ପ୍ରତିକ ଯୁବ ପ୍ରସଙ୍ଗ, ଆଗାମୀ କାର୍ଯ୍ୟକ୍ରମ ଓ ଯୋଜନା ଉପରେ ଆଲୋଚନା କରିବା ପରେ ସୋମନାଥ ଭାଇ ସଭା ଭଙ୍ଗ କରିଥିଲେ।