


ରାୟଗଡ-ଅଜୟ ରଥ-ରାୟଗଡ ଲୋକ ମହତ୍ସୋବ ଚଇତି ୨୦୨୪ ପାଇଁ ଜିଲ୍ଳାବାସୀଙ୍କ ଏକ ବର୍ଷ ଅପେକ୍ଷାର ଅନ୍ତ ଘଟିଛି।ପୂର୍ବ ନିଷ୍ପତି ଅନୁଯାୟୀ ରବିବାର ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡା ସ୍ଥିତ”ସୌରାଲିପି ଉତ୍ପତି ସ୍ଥଳ ପବିତ୍ର ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଚଇତି ୨୦୨୪ର ଶୁଭ କଳସ। ପଦ୍ମପୁର ବ୍ଲକ ମରିଚ଼ଗୁଡ଼ା ଗ୍ରାମରେ ରହିଥିବା ସୌରା ଆଦିବାସୀ ମାନଙ୍କ ଭାଷାର ଉତ୍ପତିସ୍ଥଳ ଓ ମୂଖ୍ୟ ଉପାସନା ପୀଠ ଅକ୍ଷର ବ୍ରହ୍ମ ମନ୍ଦିରରେ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା l ଏହି ଶୁଭାରମ୍ଭରେ ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ହଜାର ସଂଖ୍ୟାରେ ଜନ ସାଧାରଣ ଏକତ୍ର ହୋଇ ଖମାପଦର ନାଳରୁ ୧୧ ବ୍ଲକ ପାଇଁ ପୂର୍ଣ୍ଣ ଜଳ କଳସ ଯାତ୍ରାରେ ଅଣା ଯିବାପରେ ଅକ୍ଷର ଧାମ ରୁ ଆଜ୍ଞାମାଳ ଆଣି ବି ଏନ୍ ହାଇସ୍କୁଲ ପଡିଆ ରେ ସ୍ଥାପନ କରାଯାଇଥିଲା ।ଆଜିର ଏହି ଶୁଭ ଅବସରରେ ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ମାନଙ୍କ ଦ୍ୱାରା,ସ୍ଥାନୀୟ ଆଦିବାସୀମାନଙ୍କ ଦ୍ୱାରା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଲୋକ ସଭା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା,ବିଷମକଟକ ମାନ୍ୟବର ବିଧାୟକ ନୀଳମାଧଵ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି,ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡି , ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା,ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ଓଡ଼ିଶାର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ,ରବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା,ମଣିମାଳା ଶବର,ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ସହ ଅନ୍ୟ ବ୍ଲକର ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପଦ୍ମପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଉପସ୍ଥିତରେ ଆଜିର ବ୍ଲକ ସ୍ତରୀୟ ଚଇତି ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଚଇତି ରଥ ଉଦ୍ଘାଟନ ସହ ଚଇତି ପୋଷ୍ଟର ଉନ୍ମୋଚନ ହୋଇଛି l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଵିଭର୍ଣ୍ଣ ପ୍ରତିଯୋଗିତାରେ କୃତୀ ପ୍ରତଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି l