ରାୟଗଡାରେ ମିଳୁଛି ସୁଲଭ ମୂଲ୍ୟରେ ସ୍ଵାସ୍ଥ୍ୟକର ଖାଦ୍ୟ

ରାୟଗଡା:(ତପନ କାଡ୍ରାକା )ରାୟଗଡା ସହରର ଗାନ୍ଧୀପାର୍କ୍ ସମ୍ମୁଖରେ ସ୍ଵାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ଓ ବିକ୍ରୟ କରୁଛନ୍ତି ଏକ ସ୍ୱଚ୍ଛନ୍ଦ କୁନି ବେହେରା ଓ N. ସାଇ । ପ୍ରାୟ ୨ ବର୍ଷ ଧରି “ହେଲ୍ଦି ଫୁଡ୍ ମାମା” ନାମରେ ଏହି ବ୍ୟବସାୟ ଚାଲୁ ଥିବା ବେଳେ ସେ ଲୋକଙ୍କୁ ସୁଲଭ ମୂଲ୍ୟରେ ପ୍ରାକୃତିକ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରୁଛନ୍ତି।ଏଠାରେ ମିଳୁଥିବା ଖାଦ୍ୟଗୁଡିକ ମଧ୍ୟରେ ମାଣ୍ଡିଆ ଯାଉ, ନିମ୍ ପତ୍ର ରସ, କଲରା ରସ, ଗାଜର ରସ, ଲାଉ ରସ, ବେଲ ରସ, ମିଶ୍ରି ପାଣି, ଓ ସିଝା ଅଣ୍ଡା ଭଳି ପ୍ରାକୃତିକ ଖାଦ୍ୟ ଅଛି। ଏହି ସମସ୍ତ ଖାଦ୍ୟ ଶରୀର ପାଇଁ ବହୁତ ଉପକୃତ ହେବା ସହ ସ୍ୱାସ୍ଥ୍ୟ ସମ୍ବଳ ରଖିବାରେ ସାହାଯ୍ୟ କରେ।କୁନି ବେହେରା ଓ N. ସାଇ କହିବା ଅନୁଯାୟୀ, ଏହି ପ୍ରାକୃତିକ ଖାଦ୍ୟ ଦୈନିକ ଆହାରରେ ସମ୍ମିଳିତ କଲେ ଶରୀରର ଇମ୍ୟୁନିଟି ବୃଦ୍ଧି କରିବାରେ ସାହାଯ୍ୟ ମିଳେ। ଉଦାହରଣ ସ୍ୱରୂପ, ନିମ ପତ୍ର ରସ ଶରୀରରେ ଇନ୍‌ଫେକ୍ସନ୍‌ ବିରୋଧୀ କ୍ଷମତା ବୃଦ୍ଧି କରେ। କଲରା ରସରେ ଭିଟାମିନ ସି ରହିଥାଏ, ଯାହା ଦେହକୁ ଶକ୍ତି ଦେବା ସହ ସ୍ଵାସ୍ଥ୍ୟ ରକ୍ଷା କରେ।ସ୍ବାସ୍ଥ୍ୟ ସଚେତନତା ପ୍ରଚାରରେ ଏକ ଅଦ୍ଭୁତ ଉଦ୍ୟମ କୁନି ବେହେରା କହିଛନ୍ତି ଯେ ଏହି ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ମଣିଷଙ୍କୁ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା। ବର୍ତ୍ତମାନ ଯୁଗର ଜୀବନ ଶୈଳୀରେ ଘରରେ ଖାଦ୍ୟ ପ୍ରସ୍ତୁତିକୁ ଅନେକ ଲୋକ ଅସୁବିଧା ମନେ କରୁଥିବା ବେଳେ, ଏହା ଆଜିକାଲି ସବୁଠାରୁ ଲୋକପ୍ରିୟ ହୋଇଯାଇଛି।କୁନିଙ୍କ ଏହି ପ୍ରାୟାସ ଲୋକଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଏବଂ ସ୍ବସ୍ଥ ଜୀବନ ଅଭିଗମକୁ ପ୍ରୋତ୍ସାହିତ କରୁଛି।

Leave a Reply

Your email address will not be published. Required fields are marked *