ଧାନ କିଣା ବେଳେ କିଛି ଅସୁବିଧା ହେବନି କହିଲେ ମନ୍ତ୍ରୀ ବିଭୂତି ଜେନା ।

ଛତ୍ରପୁର : ୦୯.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ଚାଷୀଙ୍କୁ ମିଳିଲା  ଇନପୁଟ ସବସିଡ଼ି ।ବରଗଡ଼ ସୋହେଲାରେ ଆୟୋଜିତ ହୋଇଥିବା ବିଶାଳ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କ ଆକାଉଣ୍ଟ କୁ ୮୦୦ ଟଙ୍କା ଇନପୁଟ ସବସିଡି ଛାଡିଥିଲେ ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା ରାଜ୍ୟ ଇସ୍ପାତ ଖଣିଜ ପରିବହନ ମନ୍ତ୍ରୀ ବିଭୁତିଭୁଷଣ ଜେନାମୁଖ୍ୟ ଅତିଥି ରୂପେ ଯୋଗଦେଇ କିଭଳି ପୂର୍ଵସରକାର ଚାଷୀଙ୍କୁ ମିଛ ପ୍ରତସୃତି ଦେଇ ଠକିଥିଲା ଆଉ ମୋହନ ସରକାର ଆସିବା ପରେ ସରକାରକୁ ଆସିବାର କିଛି ସମୟ ପରେ ଚାଷୀଙ୍କ ଧାନର ଏମ ଏସ ପି ବୃଦ୍ଧି କରିଥିଲେ ଆଜି ତାହା ପରିପୁରଣ ହୋଇଛି ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଅନ୍ୟତମ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏଵଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଯୋଗଦେଇଥିଲେ ଏହି ବିଶାଳ ଚାଷୀବସମାବେଶ ରେ ମଞ୍ଚ ଉପରେ କିଛି ଚାଷୀଙ୍କୁ ଅତିଥି ଭାବେ ମଧ୍ୟ ମଂଚାସୀନ କରାଯାଇଥିବା ଦେଖିବାକୁ ମିଳିଥିଲା ଆସନ୍ତା ଡିସେମ୍ବର ୨୩ ରେ ଗଞ୍ଜାମ ଜିଲ୍ଲାରେ ଧାନକିଣା
ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ  ତାହା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଥିଲେ । କିପରି ଅସୁବିଧାରେ ନ ପଡିବେ ସେଥିପାଇଁ ମାନ୍ୟବର ମନ୍ତ୍ରୀ ବିଭୁତି ଭୁଷଣ ଜେନା ନିଜ ମୋବାଇଲ ନମ୍ବର ସମସ୍ତ ଚାଷୀଙ୍କୁ ପ୍ରଦାନ କରିବା ସହ କୌଣସି ବି ଅସୁବିଧା ହେଲେ   ୯୪୩୭୨୧୭୮୦୫  ଏହି ନମ୍ୱର୍ ରେ ଫୋନ କରିବାକୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଏନ ଏସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହନ୍ତ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା ମଞ୍ଚା ସିନ ଥିବାବେଳେ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *