ଗଞ୍ଜାମ କ୍ରିକେଟଲିଗ ସିଜନବ୍ରହ୍ମପୁର ବୁଲଶ୍ ୪ ୱିକେଟ ରେ ବିଜୟ ।

ଛତ୍ରପୁର : ୦୯.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ଷ୍ଟାଡିୟ ରେ ଚାଲିଥିବା ଦ୍ୱିତୀୟଦିନ ଖେଳର ପ୍ରଥମମ୍ୟାଚ ପାଟପୁର ରୟାଲସ ଏବଂ ବ୍ରହ୍ମପୁର ବୁଲସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ବ୍ରହ୍ମପୁର ବୁଲୁସ ଟିମ ଟସଜିତିବା ପରେ ପ୍ରଥମେ ଫିଲଡ଼ ନେଲେ l ପାଟପୁର ରାୟ୍ଲାସ ପ୍ରଥମେ ବେଟିଂ କର ୯ ଉଇକେଟ ବିନମୟରେ ୧୭ ଓଭରରେ ୧୧୫ ରନ କରିଥିଲେ l ଏହାର ଜବାବ ରେ ବ୍ରହ୍ମପୁର ବୁଲସ ୪ ଉଇକେଟ ୧୩ ଓଭର ୩ ବଲରେ ବିଜୟ ହାସଲ କରିଥିଲା  ବୁଲସ ଟିମର କେ ଈଶ୍ୱର ୧୭ ବଲ ରେ ୩୬ ରନ କରିବା ସହ ୪ ଓଭର ବଲିଂ କରି ୨୩ ରନ ଏବଂ ୨ ଟି ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି l ଏହି ମ୍ୟାଚକୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଉଦଘାଟନ କରିଥିଲେ l ଦ୍ୱିତୀୟ ମ୍ୟାଚ ଖଲିକୋଟ ଉଇଜଡ଼ସ ଏବଂ ଛତ୍ରପୁର ୱାରିଆସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖଲିକୋଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା l ବ୍ୟାଟିଂ ରେ ୯ ଉଇକେଟ ବିନିମୟରେ ୧୨୫ ରନ କରିଥିଲା l ଏହାର ଜବାବ ରେ ଛତ୍ରପୁର ଟିମ ୧୩ ଓଭର ୨ ବଲ ୬ ଉଇକେଟ ବିନିମୟରେ   ୧୨୬ ରନକରିଥିଲେ l  ଛତ୍ରପୁର ଟିମ ବିଜୟୀ ହୋଇଥିଲେ l ୩ ଓଭର ୩୩ ରନ ୩ ଉଇକେଟ ନେଇ ମ୍ୟାନଅଫ ଦି ମ୍ୟାଚ ଘୋଷଣା ହୋଇଥିଲେ ଛତ୍ରପୁର ଟିମର ଆର ଚିନାରାଜୁ l ଗତକାଲି ଏହି ଖେଳ ଉଦଘାଟନ ହୋଇଥିଲା l ଏହା ୧ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ଲିଗ ର ଉପାଧକ୍ଷ ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରହିଥିବା ବେଳେ ବିବେକାନନ୍ଦ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *