ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ବାର୍ଷିକ ଦିବସ ଉତ୍ସବ ପାଳିତ

ବାରିପଦା ୨୪/୦୯/୨୦୨୬(କ: ବ୍ଯୁ)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ବାର୍ଷିକ ଦିବସ ଉତ୍ସବ ପାଳିତ ହୋଇଯାଇଛି । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ପରିବେଶ ସୁରକ୍ଷା, ଧାରଣକ୍ଷମ ପ୍ରଗତି, ତଥା ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଗ୍ରାମସ୍ତରରେ ଶିକ୍ଷା ଦେବାକୁ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପ୍ରିୟ ରଂଜନ ଦେବତା, ଜିଲ୍ଲା ନୋଡାଲ ଅଧିକାରୀ ଡକ୍ଟର ଅନାମ ଚରଣ ରାଉଳ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଯତୀନ୍ଦ୍ର ନାଥ ବେଶ୍ରା ଯୋଗ ଦେଇ ଅଭିଭାଷଣ ରଖିଥିଲେ । ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁଭେନ୍ଦୁ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭ ଗୋଟି ଅନୁବନ୍ଧିତ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ମୋଟ ୧୯୮ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ପରିବେଶସୁରକ୍ଷା ନିମନ୍ତେ ଚିତ୍ରାଙ୍କନ, ଫୋଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଟ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁବନ୍ଧିତ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଯଥା ବିନିତା ମୁର୍ମୁ, ସୁଶ୍ରୀ ନାୟକ, ଡକ୍ଟର ପ୍ରମୋଦ କୁମାର କର, ଜ୍ୟୋତ୍ସ୍ନାରାଣୀ ଦତ୍ତ, ବିଭାଗୀୟ ଅଧିକାରୀ ସୁସ୍ମିତା ପାତ୍ର, ବରିଷ୍ଠ ସହାୟକ ଅଜୟ ବଳ ଏବଂ ବିଶ୍ୱବିଦ୍ୟାଳୟର ସ୍ବେଚ୍ଛାସେବୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *