
——————————————
ଏ ମେଘ ସୁନ୍ଦରୀ ପରି ଯୌବନକୁ କରେ କଲବଲ
ଏ ମେଘ ଈଶ୍ୱରୀ ପରି ଜୀବନକୁ କରେ ମଖମଲ। (ଘୋଷା)
ଇନ୍ଦ୍ରଧନୁ ଶାଢ଼ୀ ପିନ୍ଧି ଉଭା ହୁଏ ସମୟ ନକହି
ଓଦା କରେ ଦେହ ମନ ଭିଜେଇ ଭିଜେଇ
ଏ ମେଘ ମିତଣି ପରି ନ ଛୁଇଁ ବି କରିପାରେ ଗେଲ।(୧)
ଏ ମେଘ ସୁନ୍ଦରୀ ପରି………
ନଈ ଠାରୁ ଆଣେ ସିଏ ଆପଣାର ଗୀତ
ଗଛ ଠାରୁ ଗହ ଗହ ସବୁଜ ସଙ୍ଗୀତ
ଏ ମେଘ ମୟୂରୀ ପରି ଛାତି ତଳେ ଜlଳେପ୍ରୀତି ଝୁଲ।(୨)
ଏ ମେଘ ସୁନ୍ଦରୀ ପରି………
କେବେ ସିଏ ଝିପି ଝିପି ଝପ ଝପ ପୁଣି ଝର ଝର
କେବେ କେବେ ଉଗ୍ର ପୁଣି କେବେ ସିଏ ପ୍ରେମରେ ବିଭୋର
ଏ ମେଘ ଅବୁଝା ଗୋଟେ ସକାଳର ଗପ ଆଉ ସଂଜର ଗଜଲ୍।(୩)
ଏ ମେଘ ସୁନ୍ଦରୀ ପରି……..
———-o————-
ପ୍ରସନ୍ନ କୁମାର ସ୍ୱାଇଁ କଟକ