ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଛତ୍ରପୁର : ୦୯.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ ଅନ୍ତଗତ ମୟୁରପଦା ଗ୍ରାମରେ ଯୁବକ ବନ୍ଧୁଙ୍କ ଦ୍ୱାରା ଏକ ଦିବସୀୟ ବନ୍ଧୁତ୍ୱ ପୁର୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।
ଏହି ଟୁର୍ନାମେଣ୍ଟକୁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ରପଣ୍ଡା ଉଦଘାଟନ କରିଥିଲେ l ଏହି ଟୁର୍ନାମେଣ୍ଟରେ
ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ବିଜୟ ହାସଲ କରିଥିଲେ । ତେଣୁ ନେଟ ରନରେଟ ଭିତ୍ତିରେ ପାୱାର ହିଟର ଏବଂ ଇଗଲ ଏକାଦଶ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ରେ ପ୍ରଥମେ ବ୍ୟାଟିଂ କରି   ପାୱାର ହିଟର୍ ନିର୍ଦ୍ଧାରିତ ୮ ଓଭରରେ ୯୭ ରନର ବିଜୟ ଲକ୍ଷ ଦେଇଥିଲେ । ଏହାକୁ ଇଗଲ  ଏକାଦଶ  ଦଳ ପିଛା କରି ୮ ଓଭର୍ କେବଳ ୭୦ ରନ୍ କରି ପରାସ୍ତ ହୋଇଥିଲା । ପାୱାର ହିଟର୍ସ ୨୬ ରେ ବିଜୟ ହୋଇ ସଫଳତା ହାସଲ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସି.ଏଚ  ମୋହନ ଏବଂ ସିରିଜ ଏ.ପ୍ରକାଶ ଚନ୍ଦ୍ର ରେଡ୍ଡୀ ଙ୍କୁ ବିବେଚିତ କରାଯାଇଥିଲା ।ପରେ ବିଜୟୀ ଦଳକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ  ପାୱାର ହିଟର୍ସଙ୍କୁ ବିଜୟୀ କପ୍ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୁବ ସମାଜସେଵୀ ସୁଶାନ୍ତ ପ୍ରଧାନ,
ହୁମ୍ମା ସମିତି ସଭ୍ୟ ଦ୍ରୁବଚରଣ ପଲାଇ, ,  ମା ତାରାତାରିଣୀ ହୋଟେଲ ପ୍ରପାଇଟର ସମାଜସେଵୀ ସଂଜୟ ସ୍ବାଇଁ, ତ୍ରିପତି ଆଚାରି, ପ୍ରମୋଦ ପ୍ରଧାନ, ଧରଣୀ ରେଡ୍ଡୀ ଏବଂ ବାଉରୀବନ୍ଧୁ ରେଡ୍ଡୀ ଉପସ୍ଥିତ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରିଷ୍ଣା ରେଡ୍ଡୀ , ଟୁକୁନା ରେଡି ଏବଂ ପି. ମୋହନ ଖେଳ ପରିଚାଳନା କରିଥିବାବେଳେ, ଏ. ଦିବାକର ଧାରାବିବରଣୀ ପ୍ରଦାନ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ରେ ଲିଲୁ, ଶିବା, ଗୋବିନ୍ଦ, କାଳିଆ, ଚିଣ୍ଟୁ ଗଣେଶ ପ୍ରମୁଖ ସମସ୍ତ ପ୍ରକାର  ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *