

ପାଲଲହଡା- ଦିର୍ଘ ଆଠ ମାସ ହେଲା ମିଶନ ଶକ୍ତି ବିଭାଗ ରେ କାର୍ଯ୍ୟ କରୁଥିବା ପଞ୍ଚାୟତ ର ଏମ୍ ବି କେ, ସି ଆର ପି, କୃଷି ମିତ୍ର, ପ୍ରାଣୀ ମିତ୍ର ପରି 6 ଗୋଟି ବିଭାଗର କର୍ମଚାରୀ ଦରମା ନ ପାଇ ଦୁଃଖରେ ଭାଙ୍ଗି ପଡି ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅଲ ଓଡିଶା ଜି.ପି.ଏଲ.ଏଫ କର୍ମି ସଂଘ, ମିଶନଶକ୍ତି ବିଭାଗ ଓଡିଶା ର ଆହ୍ଵାନ କ୍ରମେ ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସ୍ଥାନୀୟ ବିଡିଓ ଏବଂ ମିଶନ ଶକ୍ତି ର ବ୍ଲକ ଅଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦ୍ୟେଶରେ ଲିଖିତ ଭାବରେ ତୁରନ୍ତ ବକେୟା ଦରମା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।ସୂଚନା ଅନୁସାରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନୂତନ ସରକାର ରେ ସେମାନଙ୍କୁ ଆଜି ଯାଏ ଦରମା ଟଙ୍କା ମିଳିନାହିଁ। ବାରମ୍ବାର ବିଭିନ୍ନ ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇଲେ ମଧ୍ଯ କିଛି ସୁଫଳ ମିଳୁନାହିଁ।ତେଣୁ ରାଜ୍ଯ କମିଟି ର ନିଷ୍ପତ୍ତି ମୁତାବକ ଆଜି ଠାରୁ ପଞ୍ଚାୟତ କାମ ବନ୍ଦ କରିବା ସହିତ ଦାବି ପୂରଣ ନହେଲେ ଆସନ୍ତା 9 ତାରିଖ ସୋମବାର ଦିନ ସମସ୍ତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଉପଖଣ୍ଡ ର ସମସ୍ତ ପଞ୍ଚାୟତ ସ୍ତରୀୟ କର୍ମଚାରୀ ଏହି ଦାବିପତ୍ର ପ୍ରଦାନ ରେ ଉପସ୍ଥିତ ଥିଲେ।