ପୁଣି ଆରମ୍ଭ ହେଲା ଚଡକମରାରେ ପଥର ଚୋରଙ୍କ ଉତ୍ପାତ ——–ରାଇଗୋଡା ନିଷିଦ୍ଧ ଖଣିରୁ ଦୈନିକ ଲୁଟ ହେଉଛି ୨୦ହଜାର ସିଏମରୁ ଉର୍ଦ୍ଧ୍ବ କଳାପଥର

ଚଣ୍ଡିଖୋଲ, : ୦୮/୧୨ (ବେଣୁଧର ପଣ୍ଡାଙ୍କ ଠାରୂ) ଯାଜପୁର ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ନିହଲପ୍ରସାଦ ଥାନା ଅଧିନ ଚଡକମରାରେ ପୁଣି ନିଷିଦ୍ଧ ଖଣିରୁ ବ୍ୟାପକ ପଥର ଚୋରୀ ସାଙ୍ଗକୁ କଳାପଥର ମାଫିଆଙ୍କ ଉତ୍ପାତ ବୃଦ୍ଧି ପାଇଛି! ଗତ ୨୦୧୯ ମସିହାରୁ ନିଷିଦ୍ଧ ଘୋଷଣା ସହ ୧୪୪ ଧାରା ଯାରି ରହିଥିବା ନିହଲପ୍ରସାଦ ରାଜସ୍ୱ ମୌଜାର ରାଇଗୋଡା(ଚଡକମରା) ଜଙ୍ଗଲ କିଶମ ପାହାଡରୁ ମାଫିଆ ମାନେ ପୁଣି ଆରମ୍ଭ କରିଛନ୍ତି ବ୍ୟାପକ କଳା ପଥର ଚୋରୀ ! ରାଇଗୋଡା ପାହାଡରେ ରହିଥିବା ନିହଲପ୍ରସାଦ ରୋଡମେଟାଲ-୨ ଓ ୩ ନମ୍ବର ଖଣିରୁ ଦୈନିକ ରାତିରେ ୨୦ ହଜାର ଘନମିଟରରୁ ଉର୍ଦ୍ଧ୍ବ କଳାପଥର ଚୋରି ହେଊଛି! ଦୈନିକ ଚୋରି ହେଉଥିବା ଏହି ପଥରର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡିଛି!ଏହି ଚୋରିରେ ଶାସକ ଦଳର ସ୍ଥାନୀୟ ନେତାଙ୍କ ସିଧାସଳଖ ସପୃକ୍ତି ରହିଥିଲା ବେଳେ ଊପରିସ୍ତ ନେତାଙ୍କ ମଧ୍ୟ ପ୍ରୋତ୍ସାହନ ଥିବା ଜଣାପଡିଛି! ଏବେ ଏହି ଜଙ୍ଗଲ କିଶମ ପାହାଡରେ ୧୬୩ ଧାରା (ପୂର୍ବର ୧୪୪ ଧାରା) ବଳବତ୍ତର ରହିଛି! ଗତ ଦୁଇମାସ ତଳେ ଏଠାରୁ ପଥର ଚୋରି ହେବାପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଦେଢମାସ ହେବ ଏଠାରେ ଅହୋରାତ୍ର ସଶସ୍ତ୍ର ପୋଲିସବଳଙ୍କ ଦ୍ୱାରା ଜଗାରଖା ଚାଲିଥିଲା! ଫଳରେ ପଥରଚୋରି ବନ୍ଦ ରହିଥିଲା!ହେଲେ ପରିତାପର ବିଷୟ ଗତ ସପ୍ତାହରୁ ହଠାତ ଯଗାରଖାରେ ନିୟୋଜିତ ପୋଲିସ ବାହିନୀକୁ ଏଠାରୁ ଅପସାରଣ କରିନିଆଯାଇଛି! ପୋଲିସ ବାହିନୀ ଅପସାରିତ ହେବା ପରେ ଗତ ଚାରିଦିନ ହେବ ପୁଣି ରାଇଗୋଡାର ଦୁଇଟି ନିଷିଦ୍ଧ ଜଙ୍ଗଲ କିଶମ ଖଣିରୁ ଆଖିବୁଜା ପଥର ଚୋରି ଆରମ୍ଭ ହୋଇଯାଇଛି! ତେବେ ଜଗାରଖାରେ ନିୟୋଜିତ ପୋଲିସ ବଳକୁ ଏଠାରୁ ଅପସାରଣ କରିବାକୁ କିଏ ଓ କେଉଁ ଉଦ୍ଦେଶ୍ୟରେ ଅପସାରଣ କରାଇଲେ ଏବଂ ତା ପଛର ରହସ୍ୟ କଣ ଏବଂ ଏହି ଅପସାରଣ ପଛରେ ପଥର ଚୋରି ପାଇଁ ସୁଚିନ୍ତିତ ସଡଯନ୍ତ୍ର ନାହିଁ ତ’ ବୋଲି ଏବେ ସାଧାରଣରେ ପ୍ରଶ୍ନ ହୋଇଛି!ଢେ଼ଙ୍କାନାଳ ଜିଲ୍ଲା ନିହଲପ୍ରସାଦ ମୌଜାର ଖାତା ନଂ ୧୫୧୩ ଓ ପ୍ଳଟ ନଂ ୬୧୬୮ ଓ ୬୨୩୨ରେ ନିହଲପ୍ରସାଦ ରୋଡ ମେଟାଲ -୨ ଓ ୩ ନାମରେ ଏହି ପଥର ଖଣି ଦୁଇଟି ରହିଛି ! ୨ ନମ୍ବର ଖଣିଟି ୨୧.୫୦ ଏକର ଓ ୩ ନମ୍ବର ଖଣିଟି ୨୭.୫୦ ଏକର ବିଶିଷ୍ଟ! ତେବେ ଏହି ଦୁଇ ଖଣି ଜଙ୍ଗଲ କିଶମ ବୋଲି ଜଣା ପଡିବା ପରେ ଗତ ୨୦୧୯ ମସିହା ଜୁଲାଇ ୩୧ ତାରିଖରୁ ଏଠାରେ ପଥର ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା! ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ସ୍ଥାନୀୟ ନେତାଙ୍କ ପ୍ରୋତ୍ସାହନରେ ଏହି ଖଣି ଦୁଇଟିରୁ ସମ୍ପୂର୍ଣ୍ଣ ବେଆଇନ ଭାବେ ଗତ ସେଷ୍ଟେମ୍ବର ମାସରୁ ପୁଣି ପଥର ଚୋରି ଆରମ୍ଭ ହୋଇଥିଲା!ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଶାସକଦଳ ବିରୁଦ୍ଧରେ ଜନମତ ଜାଗରିତ ହେବାରୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଅଷ୍ଟୋବର ମାସରୁ ଏଠାରେ ପଥର ଚୋରିକୁ ବନ୍ଦକରିବା ଓ ଖଣିକୁ ଯଗାରଖା ପାଇଁ ଅହୋରାତ୍ର ଶସସ୍ତ୍ର ପୋଲିସ ମୁତୟନ କରାଯାଇଥିଲା! ହେଲେ ହଠାତ ଗତସପ୍ତାହରୁ ଏଠାରୁ ଶସସ୍ତ୍ର ପୋଲିସକୁ ଅପସାରଣ କରାଯାଇଥିଲା! ପୋଲିସ ଅପସାରଣ ହେବା ପରଦିଳ ପୁଣି ମାଫିଆମାନେ ଖଣିରେ ଶକ୍ତିଶାଳୀ ବିଷ୍ଫୋରଣ କରି ଆଖିପୁଜା ପଥର ଚୋରି କରିବାରେ ଲାଗିପଡିଛନ୍ତି! ଏବେ ଏହି ଖଣି ଦୁଇଟିରେ ରାଜନୈତିକ ପୃଷ୍ଠପୋଶକରେ ଥିବା ମାଫିଆମାନେ ପ୍ରତ୍ୟେକ ରାତିରେ ୪୦ରୁ ଉର୍ଦ୍ଧ୍ବ କଂପ୍ରେସର ମେସିନ ଓ ଶହେରୁ ଉର୍ଦ୍ଧ୍ବ ଟ୍ରକ ଲଗାଇ ପଥର ଚୋରି କରୁଛନ୍ତି!ଏହି ବେଆଇନ ବିଷ୍ଫୋରଣ ଓ ତତ୍ ଜନିତ ପରିବେଶ ଧ୍ୱଂସ ଯୋଗୁଁ ଢେ଼ଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତରେ ଥିବା ୧୦ଟିରୁ ଉର୍ଦ୍ଧ୍ବ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ବିଶେଷଭାବେ ପ୍ରଭାବିତ ହେବା ସହିତ ନିରୀହ ଲୋକ ଓ ଗୃହପାଳିତ ପଶୁମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି! ପ୍ରତେହ ରାତିରେ ପାହାଡରେ ବିଷ୍ଫୋରଣ ଯୋଗୁଁ ସମଗ୍ର ଅଞ୍ଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି ହେଉଛି! ଯାହାକୁ ନେଇ ସମଗ୍ର ଅଞ୍ଚଳରେ ସରକାରୀ ଦଳ ଓ ସରକାରୀ କଳ ବିରୁଦ୍ଧରେ ଲୋକମାନଙ୍କ ପ୍ରତିକ୍ରିୟା ତୀବ୍ରତର ହୋଇଛି! ଏହି ବେଆଇନ କାର୍ଯ୍ୟ ବନ୍ଦ ନହେଲେ ଲୋକମାନଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ଆନ୍ଦୋଳନର ରୂପନେଵ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି! ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ,ଢେଙ୍କାନାଳର ବିଧାୟକ ତଥା ଯୋଗାଣମନ୍ତ୍ରୀ ଏବଂ ଢେ଼ଙ୍କାନାଳ ଜିଲ୍ଲାପାଳ,ଏସପି,ଜଙ୍ଗଲ ବିଭାଗ ଉଚ୍ଚ ଅଧିକାରୀ ଓ ଜିଲ୍ଲା ଖଣି ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଏହି ଚୋରିକୁ ରୋକିବା ସହ ଚୋରିରେ ସଂପୃକ୍ତ ମାଫିଆ ମାନଙ୍କୁ ଠାବକରି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଦାୟର କରିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି!

Leave a Reply

Your email address will not be published. Required fields are marked *