ଗଞ୍ଜାମ ବ୍ଲକରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଛତ୍ରପୁର : ୦୭.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ସହରର
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟଖଣ୍ଡ ସାହି ଠାରେ ମିଳିତ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ସହ ଶିକ୍ଷା ଅଧିକାରୀ ସଂଯୁକ୍ତା ବେହେରା, ସହ ଶିକ୍ଷା ଅଧିକାରୀ ବିନୀତା କୁମାରୀ ମିଶ୍ର, ମୁଖ୍ୟ ବକ୍ତା ଭାବେ ସହ ଶିକ୍ଷା ଅଧିକାରୀ ତଥା ବିଆରସିସି ବିଜୟ ଚନ୍ଦ୍ର ବେହେରା, ନିମନ୍ତ୍ରିତ ଅତିଥି ଭାବେ ପିଷ୍ଟା ସଂଘର ସଭାପତି ଗଜେନ୍ଦ୍ର ମାଝୀ, ଶିକ୍ଷକ ପ୍ରଶାନ୍ତ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ଶିକ୍ଷକ ସମାଜର ରାଷ୍ଟ୍ର ନିର୍ମାତା ବୋଲି ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସାମୁହିକ ଭାବରେ ଗାନ କରାଯାଇଥିଲା। ଏହା ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ନବ ନିଯୁକ୍ତ କନିଷ୍ଠ ଶିକ୍ଷକ (ସ୍କୁମାଟିକ) ୪୪ଜଣ ଓ ୬ ଜଣ ସିଆରସିଙ୍କୁ ପୁଷ୍ପ ଗୁଚ୍ଛ ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନିରଞ୍ଜନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା
ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭବାନୀ ପଟ୍ଟନାୟକା, ଲକ୍ଷ୍ମଣ ନାହାକ, ଜୟକୃଷ୍ଣ ତ୍ରିପାଠୀ, ପ୍ରକାଶ ବେହେରା, ସୁକାନ୍ତ ନାୟକ, ରାମକୃଷ୍ଣ ବେହେରା, ସନାତନ ସ୍ବାଇଁ, ଶେଷଦେବ ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *