ସରସ୍ବତୀ ପୂଜା

(ମାନଗୋବିନ୍ଦ ସ୍ବାଇଁ)


ସରସ୍ବତୀ ମାଆ ବିଦ୍ୟା ପ୍ରଦାୟନୀ
ଆଭୂଷଣ ସୁସଜ୍ଜିତ
ବିଦ୍ୟାଳୟ ଆଜି ସୁନ୍ଦର ଦିଶୁଛି
ଉତ୍ସବ ହୁଏ ମଣ୍ଡିତ।
ହାତରେ ବୀଣାକୁ ଧାରଣ କରିଛ
ହଂସ ବାହନ ସ୍ଵର
ମସ୍ତକେ ସିନ୍ଦୂର ଶୁଭ୍ର ବସ୍ତ୍ର ଧାର
ନୟନେ କଜଳ ଗାର।
ସରସ୍ବତୀ ପୂଜା ଅନୁଷ୍ଠାନ ସଜା
ଗୋମୟ ଜଳରେ ପୋଛା
ବସାଇ ଆସନ ଠାକୁର ସ୍ଥାପନ
ଗଳାରେ ଫୁଲର ସଜା।
ସିନ୍ଦୂର ଚନ୍ଦନ ମଥା ପରେ ଦେଇ
ସରସ୍ବତୀ କୁ ଆହ୍ବାନ
ମନ୍ତ୍ର ଜପ ଧୂପ କରୁଛି ପ୍ରାର୍ଥନା
ସରସ୍ବତୀ ମା ଦେ ବୁଧି ଜ୍ଞାନ।
ଆମେତ ବାଳୁତ ଅଜ୍ଞାନ ଅନ୍ଧାର
ତୁମ ଭାବ କଣ୍ଠେଦାନ
ସରସ୍ବତୀ ମାଆ ଡାକେ ନିତି ଦିନ
ଦିଅ ମାଆ ବିଦ୍ୟା ରତ୍ନ।
ବିଦ୍ୟାର ଭଣ୍ଡାର ମା ତୁମେ ଈଶ୍ୱର
ଆମେତ ତୁମ ସନ୍ତାନ
ତୁମରି ଆଦେଶ ଆଗ ପଢି ଥାଉ
ତୁମେ ଜ୍ଞାନର ଆହ୍ବାନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *