
ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରପାଳିକାରେ ଅଳିଆ ସଂଗ୍ରହ ପାଇଁ ବ୍ୟବହୃତ ବ୍ୟାଟେରୀ ଗାଡ଼ି (ବିଓଭି)କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଗତକାଲି ପୌରପାଳିକା ଏକ ଲିଖିତ ନୋଟିସ ଜାରି କରି ବ୍ୟାଟେରୀ ଗାଡ଼ିକୁ ଅଳିଆ ସଂଗ୍ରହ କାର୍ଯ୍ୟରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା, ଯାହା ଫଳରେ ବିଓଭି ଚାଳକ ସକାଳରୁ ଡ୍ରାଇଭର,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହିତ ମାଲିକ ପୌରକାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କର ବ୍ୟାଟେରୀ ଗାଡି ରଖି ପ୍ରତିବାଦ ସ୍ୱରୂପ ପୌରପାଳିକାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହାଫଳରେ ପରିମଳ ବ୍ୟବସ୍ଥା ରେ ଅଚଳାବସ୍ଥା ଦେଖିବା କୁ ମିଳିଲା । ପୌରପାଳିକାରେ ଗେଟରେ ତାଲା ପକାଇବା ଯୋଗୁ, ପୌରଅଧ୍ୟକ୍ଷା ମାଧୁରୀ ଲୁଗୁନ ସ୍ୱୟଂ ସହାୟକ ଗୋଷ୍ଠୀର, ଓ ବିଅଭି ଗାଡ଼ି ମାଲିକଙ୍କ ନାମରେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ବିଜେପିର ନଗର ମଣ୍ଡଳ ସଭାପତି ରାଜେନ ସୋନୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ସମର୍ଥନ କରି କହିଛନ୍ତି ଯେ ଯଦି ଗାଡ଼ିର କାଗଜପତ୍ର ଠିକ୍ ନାହିଁ, ତେବେ କାଗଜପତ୍ର ସଂଶୋଧନ ପାଇଁ ସମୟ ଦିଆଯିବା ଉଚିତ ଏବଂ ସେଗୁଡ଼ିକୁ ସଂଶୋଧନ କରିବା ପରେ, ଗାଡ଼ି ଚଲାଇବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ, କାରଣ ସେମାନଙ୍କ ଜୀବିକା ଏହା ଉପରେ ନିର୍ଭର କରେ, ସରକାରୀ ନିୟମ ଅନୁଯାୟୀ ଗାଡ଼ିର କାଗଜପତ୍ର ସଠିକ୍ ହେବା ଦରକାର !
ଏଠାରେ ଉଲ୍ଲେଖନୀୟ ଯେ ସହରର ପରିମଳ ବ୍ୟବସ୍ଥା ପାଇଁ, ପୌରପାଳିକା ଦ୍ୱାରା ବିଭିନ୍ନ ୱାର୍ଡରୁ ଅଳିଆ ସଂଗ୍ରହ ପାଇଁ ବ୍ୟାଟେରୀ ଚାଳିତ ଯାନଗୁଡ଼ିକୁ ଡ୍ରାଇଭରମାନଙ୍କ ସହିତ ମାସିକ 29,900 ଟଙ୍କା ଭତ୍ତା ଦିଆଯାଇଥିଲା, କିନ୍ତୁ ସରକାରୀ ନିୟମ ଅନୁଯାୟୀ, ଏହି ଯାନଗୁଡ଼ିକୁ ୧୧ ମାସର ଚୁକ୍ତି ସତ୍ତ୍ୱେ, ଗାଡ଼ିଟି ୧୫ ମାସ ଧରି ଚାଲିଲା। ଗାଡ଼ିର ଉପଯୁକ୍ତ କାଗଜପତ୍ର ଅଭାବରୁ ବିବାଦ ବଢ଼ି ବଢି ଚାଲିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଲା। ନଗର ର ପରିମଳ ବ୍ୟବସ୍ଥା ରେ ଅଚଳାବସ୍ଥା ଦେଖାଯିବା ଆରମ୍ଭ ହେଲା। ଏବେ ଦେଖିବାକୁ ବାକି ରହିଲା ଯେ ନଗର ପରିମଳ ଓ ସ୍ବଚ୍ଛ ରଖିବା ପାଇଁ ପୌରପାଳିକା କି ସମାଧାନ କରିବ। ନଚେତ୍ ରାଜନୈତିକ ଦଳର ଶିକାର ହେବେ….
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର,