ଛତ୍ରପୁର ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ।

ଛତ୍ରପୁର : ୨୭.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ନେତା ଓ କର୍ମୀ। ଛତ୍ରପୁର ର ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ବିମଳ କୁମାର ପଣ୍ଡା,ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ, ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ,ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଛତ୍ରପୁର ବିଜେଡି ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଗଞ୍ଜାମ ଏନଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଛତ୍ରପୁର ଏନଏସିର କାଉନସିଲର ଦେବାଶିଷ ମିଶ୍ର, ଵି. ନିଶ୍ଚଳା ସ୍ୱାମୀ, ପ୍ରୀତିଛନ୍ଦା ସାମଲ, ମମତା ପାତ୍ର ଓ କେ. ରମେଶ, ପୂର୍ବତନ ସରପଞ୍ଚ ଭଗବାନ ନାହାକ ଓ ସୋମନାଥ ବେହେରା, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଗଣେଶ ସାହୁ, ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ଆଇନଜୀବୀ ଏଲ ଗୋପାଳ ରାଓ ଓ ନାରୀ ନେତ୍ରୀ ନୀଳାଦ୍ରି ପ୍ରଧାନ ଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ବିଜୁ ବାବୁ ସ୍ମୃତି ଚାରଣ କରିଥିଲେ। ପରେ ସ୍ଥାନୀୟ ଶ୍ରୀ ଶ୍ରୀ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ସଭ୍ୟ ପଦ ସଂଗ୍ରହ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

Leave a Reply

Your email address will not be published. Required fields are marked *