ବନମାଳୀଙ୍କ ପରିବାରକୁ ଭେଟିଲେ ବିଧାୟକ , ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଓ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ପ୍ରଶାସନିକ ଅଧିକାରୀ .

ଛତ୍ରପୁର : ୨୭.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର :ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହେବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡ଼ମାଧପୁର ପଂଚାୟତ ବରଙ୍ଗ ଗ୍ରାମର ଚାଷୀ ବନମାଳୀ ପେଣ୍ଠେଇ(୬୩) ନିଜ ଘର ପାଇଖାନାରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭେଟିଛନ୍ତି।ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନିଜ ହାତ ପାଣ୍ଠିରୁ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ଏଥିସହ ପ୍ରତିକ୍ରିୟା ରଖି ସେ କହିଛନ୍ତି, ସମସ୍ତ ଚାଷୀମାନେ ଧୈର୍ଯ୍ୟ ରଖନ୍ତୁ ସରକାର ଆପଣମାନଙ୍କ ସହ ଅଛନ୍ତି କିଭଳି ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ,ଏଫକ୍ୟୁ ମାନ କୋହଳ କରାଯିବ ଏ ନେଇ ଉଚ୍ଚସ୍ତରୀୟ ଏବଂ ଜିଲାସ୍ତରରେ ଘନ ଘନ ବୈଠକ ହେଉଛି। ଏଣୁ ସେ ସମସ୍ତ ଚାଷୀଙ୍କୁ ନିବେଦନ କରିଛନ୍ତି ଯେ, ଧୈର୍ଯ୍ୟ ରଖନ୍ତୁ ଏହା ସହ କେଉଁ କାରଣ ଯୋଗୁ ଚାଷୀ ଜଣଙ୍କ ମୃତ୍ୟୁବରଣ କଲେ ତାହାର ତଦନ୍ତ କରିବାକୁ ଉପସ୍ଥିତ ଥିବା ପ୍ରସାଶନିକ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ଏହା ସହ ଉକ୍ତ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଛତ୍ରପୁର ବିଧାୟକ ଗଣମାଧ୍ୟମକୁ କହିଛନ୍ତି।
ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବରଙ୍ଗ ଗ୍ରାମକୁ ଆସି ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟାର ପ୍ରକୃତ କାରଣ ପଚାରି ବୁଝିଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷୟକ୍ଷତି ସହ ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିଥିବା ବିଜେଡି କହିଛି। ଏହା ସହ ଚାଷୀ ର ପରିବାର ତୁରନ୍ତ କ୍ଷତିପୂରଣ ସହ ଯୁଦ୍ଧ କାଳୀନ ଭିତିରେ ସରକାର ସମସ୍ତ ଚାଷୀଙ୍କ ଧାନ ନେବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି ଏବଂ ମୃତ ଚାଷୀଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ବିଜେଡିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବିକ୍ରମ ପଣ୍ଡା, ସୁବାଷ ଚନ୍ଦ୍ର ବେହେରା, ବିଜେଡି ନେତା ସୁବାଷ ମହାରଣା, ଶଙ୍କର ଦାଶ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବନେତା ବିମଳ ପଣ୍ଡା, ପ୍ରବାସୀ ପ୍ରଧାନ, କିଶୋର ବେହେରା, ଟି ଚନ୍ଦ୍ର ଶେଖର ରାଓ ପ୍ରମୁଖ ଯାଇଥିଲେ।
ସେହିପରି ଶୁକ୍ରବାର ମଧ୍ୟାହ୍ନରେ ବିଜେପି ର କୃଷକ ମୋର୍ଚ୍ଚା ର ଏକ ଟିମ୍ ମଧ୍ୟ ମୃତ ଚାଷୀ ପରିବାରଙ୍କୁ ଭେଟି ଆତ୍ମହତ୍ୟାର କାରଣ ପଚାରି ବୁଝିଥିଲେ ଏବଂ କିଛି ଆର୍ଥିକ ସହାୟତା ମଧ୍ୟ ଉକ୍ତ ପରିବାରକୁ ପ୍ରଦାନ କରିଥିଲେ। ବନମାଳୀ କାହା ଠାରୁ କେତେ ଟଙ୍କା ଋଣ ଆଣିଥିଲେ, କେତେ ପରିଷୋଧ କରିଛନ୍ତି, ଧାନ ଚାଷ ଜମିର ଅବସ୍ଥା କିଭଳି ରହିଛି ସେ ନେଇ ବନମାଳୀଙ୍କ ପରିବାର ଲୋକଙ୍କୁ ପଚାରି ବୁଝିଥିଲେ ବିଜେପିର ପ୍ରତିନିଧି ଦଳ । ବିଜେପି ସଦାସର୍ବଦା ଲୋକଙ୍କ ସହ ରହିଛି । ତେଣୁ ଚାଷୀ ମାନେ ମ୍ରିୟମାଣ ହୋଇ ଏଭଳି ଚରମ ନିଷ୍ପତ୍ତି ନିଅନ୍ତୁ ନାହିଁ । ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ଆକଳନ ଚାଲୁ ରହିଛି । କ୍ଷୟକ୍ଷତିର ରିପୋର୍ଟ ଆସିବାର ୭୨ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ଏହାଛଡ଼ା ବନମାଳୀଙ୍କର ମଧ୍ୟ କେତେ କ୍ଷୟକ୍ଷତି ହୋଇଛି ଓ କେତେ ଋଣ ରହିଛି ସେ ନେଇ ଏକ ରିପୋର୍ଟ ବିଜେପି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପରେ ସରକାରଙ୍କ ପକ୍ଷରୁ ମଧ୍ୟ ବନମାଳୀଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ବର ସାହୁ । ବିଜେପିର ଏହି ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ମହେଶ୍ବର ସାହୁଙ୍କ ନେତୃତ୍ୱରେ ଆସିଥିବା ବେଳେ ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସନ୍ତୋଷ ବିଶ୍ବାଳ, ଗୋବିନ୍ଦ ପ୍ରଧାନ, ସନାତନ ସଂଗ୍ରାମ ସିଂଙ୍କ ସହ ବହୁ ବିଜେପି ନେତା ସାମିଲ ଥିଲେ ।
ସକାଳେ ଅତିରିକ୍ତ ଜିଲ୍ଲାପାଳ ଶୀତାଂଶୁ କୁମାର ଭୋଇ, ଉପଜିଲ୍ଲାପାଳ ଦେବବ୍ରତ ମହାନ୍ତ, ଜିଲ୍ଲା କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ବିଡ଼ିଓ ଏବଂ ପୋଲିସ ଅଧିକାରୀମାନେ ମୃତ ଚାଷୀଙ୍କ ପରିବାରକୁ ଭେଟି ସମସ୍ତ ତଥ୍ୟ ପଚାରି ବୁଝି ନେଇଥିଲେ। ଉକ୍ତ ଚାଷୀ ପରିବାରକୁ କ୍ଷତିପୂରଣ ସହ ସମସ୍ତ ଚାଷୀଙ୍କ ଏଫଏକ୍ୟୁ ମାନ କୋହଳ କରି କିପରି ଯଥାଶୀଘ୍ର ଧାନ ଯିବ ଏବଂ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ସହ ଋଣଛାଡ କରାଯିବାକୁ ଦାବି କରିଛନ୍ତି। ରବି ଫସଲ ପାଇଁ ମାଗଣା ରିହାତିରେ ବିହନ ଯୋଗାଇବା ପାଇଁ ମଧ୍ୟ ଗ୍ରାମବାସୀ ସମେତ ସ୍ଥାନୀୟ ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ, ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ କିଶୋର ଚନ୍ଦ୍ର ରେଡ୍ଡୀ, ଚାଷୀ ନେତା ସିମାଞ୍ଚଳ ନାହାକ, ମହେଶ୍ୱର ପ୍ରଧାନ, ଶିବ ଶଙ୍କର ସେଠୀ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *