ପାଳନ ହେଲା କୃଷକ ଦିବସ

ଛତ୍ରପୁର : ୨୭.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ରାଜଣାପଲ୍ଲୀ ଗ୍ରାମରେ ଥିବା ବିରସିଂ ମନ୍ଦିର ପ୍ରାଙ୍ଗଣରେ କୃଷକ ଦିବସ ପାଳନ ହୋଇଯାଇଛି l ନେହରୁ ଯୁବକେନ୍ଦ୍ର, ବ୍ରହ୍ମପୁର ଓ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡାସନ ଏବଂ ରାଜଣାପଲ୍ଲୀ ବଜରଙ୍ଗୀ କୃଷକ ସଂଘ ର ମିଳିତ ଆନୁକୂଲ୍ୟରୁ କୃଷକ ଦିବସ ପାଳନ କରାଯାଇଅଛି l ପଞ୍ଚମ ତମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ଡିସେମ୍ବର ୨୩ କୁ ଜାତୀୟ କୃଷକ ଦିବସ ରୂପେ ସାରା ଭାରତ ବର୍ଷରେ ପାଳନ କରାଯାଉଅଛି l
ଗଞ୍ଜାମ ଜିଲ୍ଲା ହେଉଛି ଏକ ଚାଷ ପ୍ରବଣ ଜିଲ୍ଲା। ଏଠାକାର ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। କୃଷକ ହେଉଛି ଏ ଦେଶର ଭବିଷ୍ୟତ l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ହିନା ସେଠି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଋଷିକୂଲ୍ୟା ରଇତ ମହାସଂଘର ସମ୍ପାଦକ ସିମାଞ୍ଚଳ ନାହାକ ଓ ସମ୍ମାନିତ ଅତିଥି ଭାବେ ଟାଟା ଷ୍ଟିଲ କୃଷି ବିଭାଗର ମ୍ୟାନେଜର ତାପସ ରଞ୍ଜନ ଦାଶ , ସମାଜସେବୀ ସୁରେଶ ଦାଶ, ବୈରାଗୀ ଚରଣ ସାହୁ,କ୍ଷେତ୍ର ସଂଯୋଜକ ହରିହର ଜେନା ପ୍ରଫୁଲ ଦାଶ,ବଜରଙ୍ଗୀ କୃଷକ ସଂଘର ସଭାପତି ବଂଶୀଧର ପଢ଼ିଆରୀ,ସମ୍ପାଦକ କାଙ୍ଗାଲି ସାହୁ, କୋଷାଧକ୍ଷ ସୁବାଷ ଚନ୍ଦ୍ର ପଢ଼ିଆରୀ ଯୋଗଦେଇ ଚାଷୀମାନଙ୍କ ଜୀବିକା ପ୍ରଣାଳୀ କିଭଳି ଉନ୍ନତ ମାନର ଫସଲ ଉପ୍ତାଦନ ହେବ ଇତ୍ୟାଦି ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ ଦିଗଦର୍ଶନ ର ସମ୍ପାଦିକା ବିଜାଲକ୍ଷ୍ମୀ ମାହାଙ୍କୁଡ଼ା ସଭାପତିତ୍ୱ କରିଥିବା ବେଳେ ଦିଗଦର୍ଶନର ମୁଖ୍ୟ ସଦସ୍ୟ ରାଧାରମଣ ପାଢ଼ୀ ଓ ମହାପ୍ରସାଦ ମହାପାତ୍ର ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *