
ବାରିପଦା /ଉଦଳା, ୨୬/୦୦/୨୦୨୬(କ ବ୍ଯୁ) :
ଉଦଳା ଏନ୍.ଏ.ସି. ଅନ୍ତର୍ଗତ ଜିରିଡା ପ୍ରାଥମିକ ବିଦ୍ୟାଳୟରେ ଶୂନ ନଦୀର ବନ୍ୟାପାଣି ଶ୍ରେଣୀଗୃହ ରେ ଚାରି ଫୁଟ ଉଚ୍ଚତାରେ ପଶିଯିବା ଫଳରେ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ୍ ବନ୍ୟାପାଣି ବିଦ୍ୟାଳୟ ପରିସରରେ ପ୍ରବେଶ କରିବା ଯୋଗୁଁ ବିଦ୍ୟାଳୟର ବିଭିନ୍ନ ଆସବାବପତ୍ର ଓ ଶିକ୍ଷା ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।
ବନ୍ୟାପାଣି ଯୋଗୁଁ ବିଦ୍ୟାଳୟର ଆସବାବପତ୍ର, ଛାତ୍ରଛାତ୍ରୀଙ୍କ ଓ ଅଫିସିଆଲ୍ ଖାତା, ଖେଳ ସାମଗ୍ରୀ ସମେତ ମଧ୍ୟାହ୍ନ ଭୋଜନ ପାଇଁ ସଂରକ୍ଷିତ ଚାଉଳ, ଡାଲି,ସୋୟାବିନ କାଠ ଓ ଆଳୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହା ଫଳରେ ବିଦ୍ୟାଳୟର ସ୍ୱାଭାବିକ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।
ବନ୍ୟାପାଣି କମିବା ପରେ ବିଦ୍ୟାଳୟ ପରିସରରେ ଜମି ରହିଥିବା ପାଣି,ପଙ୍କ ଓ ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ଯେନ୍ଦୁ ଜେନା, ଶିକ୍ଷୟିତ୍ରୀ ବନ୍ଦିତା ଚୌଧୁରୀ ଓ ସିଆରସିସି ଗୌରଚନ୍ଦ୍ର ବିନ୍ଧାଣି ନିଜେ ସଫେଇ କାର୍ଯ୍ୟରେ ସାମିଲ ହୋଇ ବିଦ୍ୟାଳୟକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥିଲେ।
ବିଦ୍ୟାଳୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସରକାରୀ ସହାୟତା ଓ ନଷ୍ଟ ହୋଇଥିବା ସାମଗ୍ରୀର ପୁନଃବ୍ୟବସ୍ଥା ପାଇଁ ଦାବି ହୋଇଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)