ଏମ୍ ଏମ୍ ଡି ଆର୍ ଆଇନ୍ କୁ ବିରୋଧ ନେଇ ” ଓ ଜେ ସି ” ର ପ୍ରସ୍ତୁତି ବୈଠକ

ଚଣ୍ଡିଖୋଲ,୩/୯(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ସଂସଦର ଗତ ମୌସୁମୀ ଅଧିବେଶନରେ ବିନା ଆଲୋଚନାରେ ୧୦ମିନିଟ୍ ମଧ୍ୟରେ ମୋଦି ସରକାର ଏମ୍ ଏମ୍ ଡି ଆର୍ ଆଇନ୍ ୨୦୨୬କୁ ଅଗଣତାନ୍ତ୍ରିକ ଭାବେ କରାଇ ନେଇଛି ଯାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ଅହି ଆଇନ୍ ଖଣିଜ ସଂପଦ ଭରପୁର ଥିବା ରାଜ୍ୟ କୁ ଆର୍ଥିକ କ୍ଷେତ୍ରରେ ଦୂର୍ବଳ କରିବ। ବିଶେଷ କରି ଓଡିଶା ଏହି ଆଇନ୍ ଦ୍ବାରା ବାର୍ଷିକ ୧୨ହଜାର କୋଟି ଟଙ୍କା ରାଜସ୍ୱ ହରାଇବା ସହିତ କେନ୍ଦ୍ର ସରକାରଙ୍କ ଉପରେ ବାକି ପଡ଼ିଥିବା ଦେଢ ଲକ୍ଷ କୋଟି ଟଙ୍କା ହରାଇବ ବୋଲି ଓଡ଼ିଶା ଜନତା କଂଗ୍ରେସ୍ ପାର୍ଟି ର ପ୍ରତିଷ୍ଠାତା ସଭାସତି ମହମ୍ମଦ ମୋକିମ୍ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଆଗାମୀ ୮ତାରିଖରେ ଚଣ୍ଡିଖୋଲ ଛକ ଠାରେ ହେବାକୁ ଥିବା ଏମ୍ ଏମ୍ ଡି ଆର୍ ଆଇନ୍ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଆୟୋଜନ ହେବାକୁ ଥିବା ପୂର୍ବରୁ ଆଜି ଚଣ୍ଡିଖୋଲ ଡାକ ବଙ୍ଗଳାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକ ରେ କହିଛନ୍ତି। ଯାଜପୁର ଜିଲ୍ଲା ଖଣିଜ ପଦାର୍ଥ ରେ ଭରପୂର,ଚଣ୍ଡିଖୋଲ ହେଉଛି ଖଣିଜ ପଦାର୍ଥ ପରିବହନର ପ୍ରମୁଖ ସ୍ଥାନ, ଏହି ବାଟ ଦେଇ ଦୈନିକ ଶହ ଶହ ଟ୍ରକ ପାରାଦୀପ କୁ ଖଣିଜ ପଦାର୍ଥ ପରିବହନର କରିଥାନ୍ତି, ଏଠାରେ ଲୋକ ମାନଙ୍କୁ ସଚେତନ କରାଇବା ଦଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମୋକିମ୍ କହିଛନ୍ତି।

ଏଥି ସହିତ ଗତ ବନ୍ୟାରେ ରାଜ୍ୟ ସରକାର ବନ୍ୟା ପ୍ରପୀଡିତ ଲୋକମାନଙ୍କୁ କୌଣସି ସାହାଯ୍ୟ ସହଯୋଗ ନକରି କେବଳ ବୋଟ ରେ ବସି ନୌକା ବିହାର କରୁଥଲେ ବୋଲି ଅଭିଯୋଗ କରିଛନ୍ତି। ଏହି ବୈଠକର ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓଜେସିପି ସଭାପତି ବିଦ୍ୟାଧର ମହାନ୍ତି, ରାଜ୍ୟ ଉପ ସଭାପତି ରଞ୍ଜିତା ରାଉତ୍,ସାଧାରଣ ସଂପାଦକ ସଂଜୟ କୁମାର ରାୟ, ଉପସଭାପତି ନିକୁଞ୍ଜ ପଶାୟତ, ସଂପାଦକ୍ ଦିଲ୍ଲୀପ କୁମାର ରାଉତ, ଯୁବ ସଭାପତି ଆର୍ଯ୍ୟବିର ଲେଙ୍କା,ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଉପ ସଭାପତି  ମୂଜିବର୍ ରହେମାନ୍ ସମ୍ପାଦକ ସୋମନାଥ ରାଉତ, ସୁରେଶ୍ ଚନ୍ଦ୍ର ସାହାଣୀ, ପ୍ରଦୀପ କୁମାର ଧଳ ନଗେଶ ଜେନା ସଂଗ୍ରାମ ରାୟ ସଂଗ୍ରାମ ମାଝୀ ସମେତ ବହୁ କର୍ମୀ ଏହି ପ୍ରସ୍ତୁତି ବୈଠକ ରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *