ଗୁରୁ ଦିବସ


ଗୁରୁ ଯେ ଅଟନ୍ତି ବ୍ରହ୍ମଦେବ ସମ
ଗୁର ପୁଣି ବିଷ୍ନ୍ତଦେବ ,
ଗୁରୁଙ୍କ ଆସନ ଦେବତା ସମାନ
ଗୁରୁ ଦେବ ମହାଦେବ ।
ଗୁରୁଙ୍କ ସ୍ୱରୂପ ସାକ୍ଷାତ ଈଶ୍ୱର
ନମଣିବ ତାଙ୍କୁ ନର ,
ସମାଜର ପାଇଁ ଜ୍ଞାନର ଭଣ୍ଡାର
ବିତରନ୍ତି ନିରନ୍ତର ।
ଶିକ୍ଷାର ଆଶିଷ ଢାଳି ଦେଇ ଗୁରୁ
ସାଜିଥାନ୍ତି ଶିକ୍ଷା ଦାତା ,
ଛାତ୍ର ଛାତ୍ରୀ ଗଣେ କରନ୍ତି ଆଦର
ସତେ ଅବା ପିତା ମାତା ।
ଅଜ୍ଞାନ ଅନ୍ଧାର ହୋଇଯାଏ ଦୂର
ପାଇଲେ ଗୁରୁ ପରସ ,
ଜୀବନର ଲକ୍ଷ୍ୟ ହୁଅଇ ପୁରାଣ
ଥିଲେଟି ତାଙ୍କ ଆଶିଷ ।
ବିଦ୍ୟାଳୟ ଅଟେ ବିଦ୍ୟାର ମନ୍ଦିର
ଗୁରୁ ଅଟନ୍ତି ଦେବତା ,
ସେ ଦେବତା ପଦେ ରଖିଥିଲେ ଭକ୍ତି
ହୋଇବ ଜଗତ ଜିତା

“*”
ସମୀର ରଞ୍ଜନ ଦାସ। ,
କଲ୍ୟାଣୀ କୁଟୀର ।
ଭିରଙ୍ଗ , ଏରସମା , ଜଗତସିଂହପୁର

Leave a Reply

Your email address will not be published. Required fields are marked *