
କୋଲକାତା : ୧୯୯୬ ମସିହାରୁ ଦୀର୍ଘ ୩୧ ବର୍ଷ ଧରି କୋଲକାତା ମହାନଗରୀରୁ ନିୟମିତ ପ୍ରକାଶ ପାଇ ଆସୁଥିବା ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା ଅଭିଯାନ ର ବହୁ ଓଡ଼ିଆ ସାହିତ୍ଯପ୍ରେମୀ ଉଦାର ହୃଦୟବାନ ବ୍ଯକ୍ତିତ୍ବ ଏବେ ଅବସରକାଳୀନ ଜୀବନ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦରେ ଭଲରେ ଭଲରେ କଟାଉଛନ୍ତି । ଆମ୍ଭେ ଅଭିଯାନ ପତ୍ରିକା’ର କର୍ମକର୍ତ୍ତା ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ସ୍ବରୂପ ଅବସରକାଳୀନ ଜୀବନ ସୁଖମୟ, ଆନନ୍ଦଦାୟକ ଓ ନିରାମୟ ହେଉ ବୋଲି ସୁବାର୍ତ୍ତା ପ୍ରଦାନ କରିବା ପାଇଁ ସମସ୍ତଙ୍କର ଠିକଣା ପାଇ ନଥାଉ । ପ୍ରଭୁଙ୍କ କୃପାରୁ ବେଳେବେଳେ ଠିକଣା ମିଳିଗଲେ ଆମ୍ଭେ ତାଙ୍କର ସ୍ନେହ-ଶ୍ରଦ୍ଧା ଓ ସହଯୋଗକୁ ସ୍ମରଣ କରି ମହାଶୟଙ୍କୁ ସାକ୍ଷାତ କରିବାକୁ ବ୍ୟଗ୍ର ହୋଇଉଠୁ । ପବିତ୍ର ରଜସଂକ୍ରାନ୍ତିରେ ସେହିଭଳି ଏକ ସୁଯୋଗ ମିଳିଲା SBIର ପୂର୍ବତନ CGM ଶ୍ରୀଯୁକ୍ତ ରଂଜନ କୁମାର ମିଶ୍ର ଙ୍କୁ ମହାଶୟଙ୍କର ଭୁବନେଶ୍ଵରସ୍ଥିତ ବାସଭବନରେ ସାକ୍ଷାତ କରି ସହୃଦୟ କୃତଜ୍ଞତା ଜ୍ଞାପନ କରିବା ପାଇଁ । ମହାଶୟ ଭଲରେ, ଆନନ୍ଦରେ ନିରାମୟ ଜୀବନ-ଯାପନ କରନ୍ତୁ ଏହା ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଆମ୍ଭର ବିନମ୍ର ପ୍ରାର୍ଥନା ।🙏🙏🙏
(ଶମ୍ଭୁନାଥ ଦାସ, ସମ୍ପାଦକ: ଅଭିଯାନ/ କୋଲକାତା)