ଅପରାଧ ଘଟାଇ ଚମ୍ପଟ ମାରିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ନାବାଳକ ଗୁରୁତ୍ତର।

ରାୟଗଡ ( ଅଜୟ ରଥ ) : ରାୟଗଡ ଜିଲ୍ଲା ଜାତୀୟ 326 ରାଜପଥ ଗୁମ୍ମା ନିକଟରେ। ସୂଚନା ଅନୁଯାୟୀ ରାୟଗଡ଼ା ଥାନା ଅନ୍ତର୍ଗତ ତଳ ଗୁମା ନିକଟରେ ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲୋ ଏହାପରେ ଦୁର୍ବୃତ୍ତମାନେ ଏକ କାରରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରିବାବେଳେ ରାୟଗଡ ବ୍ଲକ କିଆପାଡୁ ଗ୍ରାମରୁ ବାସୁଦେବ ଡଙ୍ଗରି ନିଜ 13 ବର୍ଷର ପୁଅ ଆୟୁଷକୁ ଗୁମା ସ୍କୁଲ ରେ ଜଏନ କରିବାକୁ ଆସୁଥିଲେ।ଗୁମା ନିକଟ ତଳଗୁମ୍ମାରେ କାରରୁ ଓଲ୍ହାଇ ଆୟୁଷ ପରିଶ୍ରା କରିବାକୁ ଯିବା ବେଳେ କାର ନାବାଳକକୁ ଧକ୍କା ଦେଇ ଦୁଇ ଗୋଡ଼ ଉପରେ ଚଢ଼ିଯାଇଥିଲା। ଫଳରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବାରୁ କାରଟି ଗାତରେ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ଆୟୁଶଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କାରାଯାଇଛି। ଅନ୍ୟପଟେ କାରରେ ଥିବା କିଛି ବ୍ୟକ୍ତି ପାହାଡ଼ ଚଢ଼ି ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ରାୟଗଡ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *