ପାର୍ବଣ ପୂର୍ବରୁ କଟକ ସହରର ବିପର୍ଯ୍ୟସ୍ତ ବ୍ୟବସ୍ଥା ସୁଧାରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କଟକ ତା ୦୧/୧୦-: ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂ ଲକ୍ଷ୍ମୀପୂଜା, କାଳୀପୂଜା ଓ ଐତିହାସିକ ବାଲିଯାତ୍ରା

ଭଳି ମହାପାର୍ବଣ ପାଇଁ ଭାଇଚାରାର ସହର ହର କଟକ ପ୍ରସ୍ତୁତ ହେଉଥ‌ିବା ବେଳେ ପ୍ରଶାସନର ଚରମ ଉଦାସୀନତା ଯୋଗୁଁ ନାଗରିକ ଜୀବନ ନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ସ‌ହରର ବିପର୍ଯ୍ୟସ୍ତ ରାସ୍ତାଘାଟ ।ଟ, ଅଚଳ ଆଲୋକ ଓ ପରିମଳ ସମସ୍ୟାର ଯୁଦ୍ଧକାଳୀନ ସମାଧାନ ଦାବି କରି ଆଜି ‘ଓଡ଼ିଶା ଜନତା କଂଗ୍ରେସ, କଟକ ସହର ପକ୍ଷରୁ ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I

ଏବେ ରାସ୍ତାକୁ ଓହ୍ଲାଇବା ସହ ଏହି ଅବସରରେ ସଭାପତି ଶ୍ରୀମତୀ ବେହେରା କହିଛନ୍ତି ଯେ କଟକ ଏକ ଐତିହ୍ୟସମ୍ପନ୍ନ ସହର ହୋଇଥିବା ସତ୍ତ୍ବେ ଆଜି ପ୍ରଶାସନିକ ଅବହେଳା ଯୋଗୁଁ ଏଠାକାର ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ତା ପାର୍ବଣ ସମୟରେ ଲକ୍ଷାକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ପ୍ରଶାସନ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛି। ଯଦି ତୁରନ୍ତ ଏହି I ହିସବୁ ସମସ୍ୟାର ସମାଧାନ କରାନଯାଏ, ତେବେ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ଦଳ ରାଜରା ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସେ ଦୃଢ଼ ଚେତାବନୀ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓଜେସି ନେତା ନିକୁଞ୍ଜ ପସାୟତ, କିଶୋର କୁମାର କର, ଶରତ ଚନ୍ଦ୍ର ଶେଠୀ, ସୁଷମା ଦାସ, ସେକ ସମିମଉଲ୍ଲା, କାଞ୍ଚନ ଦାସ, ଚନ୍ଦନ ଦାସ, ଗୌରୀ ଦାସ, ପ୍ରଶାନ୍ତ ମହାନ୍ତି, ଦେବୀ ପ୍ରସନ୍ନ ମହାପାତ୍ର, ଦିଲ୍ଲୀପ କୁମାର ମହାନ୍ତି, ସେକ କରିମ, ସୁରଜିତ ସାହୁ, ସ୍ଥୂରତି ରଞ୍ଜନ ରାଉତ, ମହମ୍ମଦ ଇମରାନ, ରାକେଶ ମହାରଣା, ସନ୍ତୋଷ କୁମାର ପାତ୍ର, ରାଜଶ୍ରୀ ରାୟ, ଅନିତା ବେହେରା, ମମତା ପଣ୍ଡା, ସସ୍ମିତ ବେହେରା, ହିମାଂଶୁ ଶେଖର ସାହୁ, ମୀରା ବେହେରା, ପୂର୍ଣ୍ଣିମା ବେହେରା, ବିରଜା ଦାସ, ଶେଷଦେବ ବେହେରା, ଶୋନୁ ସ୍ବାଇଁ, ସେକ ଏଫାନ, ବିଶ୍ବ ଦାସ, ଗୌତମ ପଣ୍ଡା, କାଦିର ଶିଦ୍ଦିକ କେ ରମେଶ ବାବୁ, ମୀର ମିଜାଫର ଅଲ୍ଲି, ସ୍ଵାଗତିକ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *