କଟକ ୧/୧୦ ରାଜ୍ୟ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା କଟକ ଡ଼ିଭିଜନ ୨ର ସଦର ସବ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଇଂ ନିହାର ମଞ୍ଜରୀ ବନ୍ଦିତା ଗତକାଲି ଅପରାହ୍ନରେ ତାଙ୍କର ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଭାଗର ଖୋର୍ଦ୍ଧା ଡିଭିଜନର ଅଧିନରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଇଂ ବନ୍ଦିତା ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ପାଇବା ପରେ ତାଙ୍କୁ କଟକ ଡ଼ିଭିଜନ ୨ରେ ନିଯୁକ୍ତି ମିଳିଥିଲା। କାର୍ଯ୍ୟରେ ଯୋଗଦାନ ପରେ ସେ ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ଏବେ ତାଙ୍କ ସବଡିଭିଜନ ଅଧିନରେ ଥିବା ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପାଇଁ ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ଅନୁମତି ଲୋଡ଼ିଛନ୍ତି।