ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ କୁଇଜ୍ ପ୍ରତିଯୋଗିତା

କଟକ: ୩୦।୦୯ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ ଏକ କୁଇଜ୍ ପ୍ରତିଯୋଗିତା କଟକ ସଦର ଅନ୍ତର୍ଗତ ରାଜକୁମାରପୁରସ୍ଥିତ ଶ୍ରୀଗୋପାଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ କଟକ ସଦର ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନ, ଆଦର୍ଶ, ସ୍ୱାଧୀନତା ସଂଗ୍ରାମ ଓ ଦେଶ ଗଠନରେ ତାଙ୍କ ଅବଦାନ ସମ୍ପର୍କିତ ପ୍ରଶ୍ନୋତ୍ତରରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାସ, କଟକ ଜିଲ୍ଲା ସେବା ଦଳର ମୁଖ୍ୟ ସଂଗଠକ ପ୍ରତାପ ମଲ୍ଲିକ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ଉଷାରାଣୀ ବେହେରା, ଖୋର୍ଦ୍ଧା ଜିଲ୍ଲା ସେବା ଦଳର ମୁଖ୍ୟ ସଂଗଠକ ଖଗେଶ୍ୱର ମଲ୍ଲିକ, କଟକ ସଦର କଂଗ୍ରେସ ନେତା ରାମଚନ୍ଦ୍ର ଗୋଛାୟତ ଓ କଟକ ସଦର ବ୍ଲକ ସଭାପତି ସୀତାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ କାର୍ଯ୍ୟକ୍ରମରେ କେଶବ ଲେଙ୍କା, ତୋଫାନ ମଲ୍ଲିକ, ଋଷି କାଣ୍ଡି, କୈଳାସ ପରିଡ଼ା, ମୁନା ସ୍ୱାଇଁ, ଭରତ ରାଉତ ଓ ନାରଣ ପରିଡ଼ାଙ୍କ ସମେତ ସେବା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *