55 ବର୍ଷ ବୟସରେ କାର୍ଯ୍ୟଦକ୍ଷତା ର ସମୀକ୍ଷାକୁ ଅଙ୍ଗନବାଡି ସଙ୍ଘଠନ ର ବିରୋଧ..

କଟକ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱର୍କର୍ଷ ଆସୋସିଏସନ କଟକ ଜିଲ୍ଲା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଟକ ସିଡିଏ ସ୍ଥିତ ଦତ୍ତାତ୍ରେୟ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି, ଯେଉଁଥିରେ ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ଅଙ୍ଗନବାଡି କର୍ମଚାରୀ ଙ୍କର କାର୍ଯ୍ୟ ଦକ୍ଷତା ସମୀକ୍ଷା ସମ୍ବଦ୍ଧ ରେ ଏକ ନିର୍ଦେଶନାମା ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି କାର୍ଯ୍ୟରତ ଅଙ୍ଗନବାଡି କର୍ମଚାରୀ ମାନଙ୍କର ଯେଉଁ ମାନଙ୍କୁ 55ବର୍ଷ ହୋଇଛି ସେମାନଙ୍କର କାର୍ଯ୍ୟ ସମୀକ୍ଷା କରାଯିବ, ଯାହାକୁ ବିରୋଧ କରିଛି ଅଙ୍ଗନବାଡି ସଂଗଠନ,ଏହାର କାରଣ ଅତୀତରେ ଏହିଭଳି କାର୍ଯ୍ୟ ଦକ୍ଷତା ସମୀକ୍ଷା ଆଳରେ ଅଙ୍ଗନବାଡି ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ବହିଷ୍କାର କରାଯାଇଥିଲା, ସେହି ସମୟରେ ବିଭାଗୀୟ ନିର୍ଦ୍ଧେଶିକା 30 ଟି ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କର ସ୍ୱତନ୍ତ୍ର ବୈଠକ ମାଧ୍ୟମରେ ନିଷ୍ପତି ନେଇଥିଲେ ଯେ ସେ ସମୟରେ ବହିସ୍କୃତ ଅଙ୍ଗନବାଡି କର୍ମୀ ଙ୍କୁ ପୁନଃ ନିଯୁକ୍ତି ଦିଆଯିବା ସହ ସମୀକ୍ଷା ଆଳରେ କାହାକୁ ବହିଷ୍କାର କରାଯିବ ନାହିଁ, କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ର ସରକାର ସମୀକ୍ଷା ଆଳରେ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ତାହା ପଛରେ ସରକାରଙ୍କର ଏକ ମନ୍ଦ ଉଦେଶ୍ୟ ରହିଛି ବୋଲି ଅନୁଭବ କରୁଛି ଅଙ୍ଗନବାଡି ସଂଘ, ଏଣୁ ଏହି ସମୀକ୍ଷାକୁ ପ୍ରତ୍ୟାହାର କରିବାକୁ ଦାବୀ କରିଛି ସଂଘ ଯଦି ସରକାର ଏ ଦିଗରେ ଉଚିତ ପଦକ୍ଷେପ ନ ନିଅନ୍ତି ଆଗାମୀ ଅକଟୋବର 12 ତାରିଖ ରେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ସହିତ ଦାବୀ ପତ୍ର ପ୍ରଦାନ କରାଯିବ.. ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଲିଗାଲ ସେଲ ଆଇନଜୀବି ରମାକାନ୍ତ ସାହୁ, ଅଙ୍ଗନବାଡି କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ.ରାଜ୍ୟ କର୍ମକର୍ତା ବସନ୍ତ ସାହୁ,ସ୍ଵର୍ଣ୍ଣଲତା ସାହୁ, ସ୍ୱପ୍ନା ରାଉତ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *