
କଟକ : କଟକ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଜଣେ ମାନସିକ ରୋଗୀ କୁ ପିଟି ପିଟି ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଆଜି ମୃତକ ଙ୍କ ପରିବାର ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରି ଏତଲା ଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ନାମକ ଜଣେ ମାନସିକ ରୋଗୀ କଟକ ବଡ ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିଲେ। ଚଳିତ ମାସ 28 ତାରିଖ ଦିନ ଶ୍ରୀ ଦାସ ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଏବଂ ମାଡ଼ ମାରିବାର ଚିହ୍ନ ରହିଛି। ଆଜି ସକାଳୁ ଶ୍ରୀକାନ୍ତ ଦାସ ଙ୍କ ମୃତ ଦେହ ଡାକ୍ତରଖାନାର ମାନସିକ ବିଭାଗରେ ଦେଖିବାକୁ ମିଳିଥିଲା। ମୃତ ଦାସ ଙ୍କ ପରିବାର ମୃତ୍ୟୁ ଅବସ୍ଥାରେ ଦେଖିବାକୁ ପାଇ ମଙ୍ଗଳାବାଗ ଥାନା ରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲାରେ ମାନସିକ ରୋଗ ବିଭାଗର ସୁରକ୍ଷା କର୍ମୀଙ୍କୁ ଦାୟୀ କରାଯାଇଛି। ମଙ୍ଗଳାବାଗ ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ ଦେଦେହ କୁ ପୋଷ୍ଟ ମର୍ଟମ୍ ପାଇଁ ପଠାଯାଇଛି।