ମୋର ସ୍ଵାସ୍ଥ୍ୟ ମୋର ଗର୍ବ ସ୍ଵାସ୍ଥ୍ୟ ସଚେତନତା ଶିବିର

କଟକ,୨୭।୯( ): ନିଶା ମୁକ୍ତ ଯୁବା ବିକଶିତ ଭାରତ କାର୍ଯ୍ୟକ୍ରମ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ମାଇଁ ଭାରତ କଟକ ଓ ଜିଲ୍ଲା ପ୍ରଶାସନ କଟକର ମିଳିତ ଆନୁକୁଲ୍ୟରେ ମୋର ସ୍ଵାସ୍ଥ୍ୟ ମୋର ଗର୍ବ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଜେଏନ ଇନଡୋର ଷ୍ଟାଡିୟମ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରାଙ୍କ ପୈାରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ମାଇଁ ଭାରତ ରାଜ୍ୟ ନିର୍ଦେଶକ ଶକ୍ତି ସ୍ବରୂପ ସିଂ, ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ସୁଜାତା ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଙ୍ଗାଧର ବେହେରା,ସିଟି ମେଡିକାଲ ଚିକିତ୍ସକ ଡ଼ ଶ୍ରୀୟା ମହାନ୍ତି, ଡ଼ ହିତାକାଂକ୍ଷୀ ପ୍ରଧାନ,ପଦ୍ମଜା ଷଡ଼ଙ୍ଗୀ ଓ ସାଗରିକା ବେହେରା ପ୍ରମୁଖ ଯୋଗଦେଇ ନିଶା ଦ୍ଵାରା ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି। ଯୁବକର ଆୟୁଷ କମିବାରେ ଲାଗିଛି।ନିଶା ପାନ ଦ୍ଵାରା ଅନେକ ଜୀବନ ଜୀବିକା ଯାଉଛି। ଏଥିପାଇଁ ସମସ୍ତ ଯୁବ ଗୋଷ୍ଠୀ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।ନିଶାପାନ ନକରିବା ପାଇଁ ଅତିଥିଙ୍କ ଦ୍ଵାରା ଯୁବଗୋଷ୍ଠୀ ସପଥପାଠ କରିଥିଲେ। ଏହି ଅବସରରେ ଉପସ୍ଥିତ ଚିକିତ୍ସକଙ୍କ ଦ୍ଵାରା ଦୁଇଶହରୁ ଉର୍ଦ୍ଧ୍ବ ଯୁବଗୋଷ୍ଠୀଙ୍କ ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଉପଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ ଓ କଲେଜରୁ ଦୁଇ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *