


ବାରିପଦା/ଖଣ୍ଡଦେଉଳା,ତା୨୫/୦୯/୨୦୬(କ: ବ୍ଯୁ) ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଳକ,ପାଟୋଳୀପୁରା, ପଞ୍ଚାୟତର ଖଣ୍ଡଦେଉଳା,ଦେଓପଡା,
ଡେମ୍ଫଉଦା,ମଧୂନଣ୍ଡା,ନାଖରା
ଆଦି ୬ଗୋଟି ୱର୍ଡର ପ୍ରାୟ
୧୫ଶହ ଲୋକ ଗତ ତା୨୫/୦୯/୨୦୨୬ ଲଘୁଚାପ ଜନିତ ଲଗାଣ ବର୍ଷାରୁ ଉତ୍ପନ୍ନ ବୁଢାବଳଙ୍ଗ ନଦୀ ବନ୍ୟାରେ ନାଖରା ପୋଲ ଉପରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇ ଥିଲା।
ଏଣୁ ନାଖରା ପୋଲ ତଳଭାଗର ନଦୀଧାରକୁ ଲାଗି, ରହିଥିବା
ଓପର ଲିଖିତ ୬ ଗୋଟି ୱାର୍ଡର ଗ୍ରାମ ଗୁଡ଼ିକ ଚୀର ବନ୍ୟା କ୍ଳୀଷ୍ଟ ଅଟେ। ଏହି ଅଞ୍ଚଳର ଲୋକ ସଂଖ୍ୟା ପ୍ରାୟ ୧୫ଶତରୁ ଅଧିକ ହୋଇପାରନ୍ତି।ଏହା କୌଣସି ଶିଳ୍ପାଞ୍ଚଳ ନୁହେଁ। ଏହହା ଚାଷୀ ବହୁଳ ଅଞ୍ଚଳ ଅଟେ।ଏଠି ପ୍ରାୟ ସମସ୍ତେ ଗୋରୁ,ଗାଈ,ଛେଳି,କୁକୁଡ଼ା ଓ ବତକ ଭଳି ଗୃହପାଳିତ ପଶୁ ପକ୍ଷୀ ପୋଷି ଥାନ୍ତି। ଚାଷକାର୍ଯ୍ଯ ଏମାନଙ୍କ ପ୍ରଧାନ ଜୀବିକା। ଦେଶର ଚାଷୀ ମାନଙ୍କ ଉତ୍ପାଦିତ ଧାନ,ଚାଉଳ ,ପନି,ପରିବା ସମସ୍ତେ ଖାଇ ଜୀବନ ଧାରଣ କରିଥାନ୍ତି ।ଆଜି ଏମାନେ ଅଗତ୍ୟା ବନ୍ୟା ବିତ୍ପାତ କବଳିତ ହୋଇ ସରକାରୀ ସହାୟତା ଆବଶ୍ୟକ କରୁଛନ୍ତି। ଏବଂ ବନ୍ୟା ପିଡ଼ିତ ମାନଙ୍କ ସହାୟତା ପାଇଁ ସରକାର ନାନା ବିଧ ବ୍ୟବସ୍ଥା କରି ଦାୟିତ୍ୱ ସମ୍ପର୍ଣ ଅଧିକାରୀ ମାନଙ୍କୁ ନିୟୋଜିତ କରିଛନ୍ତି।ହେଲେ ପରିତାପର ବିଷୟ ଯେ ଗତ ତା୨୫/୦୯/୨୦୨୫ରଖ ଠାରୁ
ତା୨୭/୦୯/୨୦୨୬ ପର୍ଯ୍ୟନ୍ତ ଏ ଅଞ୍ଚଳର ମଣିଷ, ଗୃହପାଳିତ ପଶୁ, ପକ୍ଷୀ,ଛେଳି,ମେଣ୍ଢା ଓ ବତକ ଆଦି ଜୀବ ମାନେ ଅସ୍ବାସ୍ଥ୍ୟକର, ଦୂଷିତ ଜଳଘେରରେ ବନ୍ଦୀ ହୋଇ ଜୀବନ ବିତାଇବାକୁ ବାଧ୍ୟ ହେଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ସରକାରୀ ସହାୟତା ଏମାନଙ୍କ ପାଇଁ ସାତସପନ ପାଲଟିଛି। ଏଣୁ ଏ ପରିସ୍ଥିତିରେ
ଜିଲ୍ଲା ବନ୍ୟା ପିଡ଼ିତ ସହାୟତାର
ଦାବୀ ସାଧାରଣରେ ହେଉଅଛି।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)