✍️ ଅନ୍ତର୍ଜାତୀୟ ଶାନ୍ତି ଦିବସ 🕊️ 🌹21st Sept. / ୨୧ ସେପ୍ଟେମ୍ବର🌹

~~
ସ୍ବଚ୍ଛ ଆଚରଣ ମଧୁର ବଚନ
ସୁନ୍ଦର ହୃଦୟ ଜାଣ,
ହିଂସା କପଟରେ ଅଶାନ୍ତିର ଝଡ଼
ସର୍ବ ସଂକଟ କାରଣ ।

ଯେଉଁ ପରିବାରେ ସ୍ନେହ ଶ୍ରଦ୍ଧା ପ୍ରୀତି
ଭକ୍ତିଭାବ ପରସ୍ପର,
ସେହି ପରିବାରେ ଶାନ୍ତି ପରିବେଶ
ସୁବାସିତ ନିରନ୍ତର ।

ଆନ୍ତର୍ଜାତୀୟ ଶାନ୍ତି ଦିବସରେ
ଶୁଭେଚ୍ଛା ହୃଦ ଚନ୍ଦନ,
ସମ୍ପଦେ ନ ଥାଏ ଶାନ୍ତି’ର ମହକ
ଜନ-ସେବାର ସ୍ଫୁଟନ ।

ସୁଖ ଦୁଃଖ ଯିଏ ଭାବେ ଏକାକାର
ତା’ ହୃଦେ ଶାନ୍ତି ଧାରଣ,
ସମସ୍ୟାରେ ଭୀତି ସମାଧାନେ ଶାନ୍ତି
ଲୋଭ କଳହ ବାରଣ ।

ସତ୍ୟ ଧର୍ମ ଦୟା କ୍ଷମା ଅହିଂସା’ରେ
ଶାନ୍ତି’ର ବାସ୍ନା ଚନ୍ଦନ,
ଶାନ୍ତି ଦିବସ’ର ଶୁଭ ସଂକେତରେ
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ (ମୁଖ୍ୟ ସ°ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା
Jatiya Pragati Abhiyan (Society)
Kolkata & Odisha

Leave a Reply

Your email address will not be published. Required fields are marked *