ଶାନ୍ତିପୂର୍ଣ୍ଣ ଭାବରେ କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣି ଉତ୍ସବ ସମ୍ପନ୍ନ


କଟକ : କଟକ ହଜାର ବର୍ଷର ପୁରାତନ କଟକର ପ୍ରସିଦ୍ଧ ଗଣେଶ ଭସାଣି ଉତ୍ସବ ଆଜି ରବିବାର ଠାରୁ ଆରମ୍ଭ ହୋଇଛି. ତିନିଟି ପର୍ଯ୍ୟାୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ. ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରାୟ 160 ରୁ ଉର୍ଦ୍ଧ୍ବ ଗଣେଶ ମୂର୍ତ୍ତି ମହାନଦୀ ଓ କାଠଯୋଡ଼ି ଉଭୟ ନଦୀର କୃତ୍ରିମ ଜଳାଶୟରେ ବିସର୍ଜନ କରାଯାଇଛି. ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ କାଠଯୋଡ଼ି ନଦୀ କୂଳ ଦେବୀଗଡା ଠାରେ ଦୁଇଟି କୃତ୍ରିମ ଜଳାଶୟ ପ୍ରତିଷ୍ଠା କରାଯାଇଛି. ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ 9ଟି କୃତ୍ରିମ ଜଳାଶୟ ସ୍ଥାପନ କରାଯାଇଛି. ଆଜି ପ୍ରଥମ ପର୍ଯ୍ୟାୟରେ ଗଣେଶ ମୂର୍ତ୍ତିଗୁଡିକ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ଆସି କାଠଯୋଡ଼ି ନଦୀ କୂଳ ଦେବୀଗଡା ଠାରେ ବିସର୍ଜନ କରାଯାଇଛି. କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି. ଭସାଣି ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି
ଦିଆଯାଇଛି. ଓଡ୍ରାଫ ଦଳକୁ ନଦୀ କୂଳରେ ମୁତୟନ କରାଯଇଛି. ଆଜି ସକାଳୁ କଟକର ବିଭିନ୍ନ କ୍ଲବ ପକ୍ଷରୁ ଗଣେଶ ମୂର୍ତ୍ତିଗୁଡିକୁ ଆକର୍ଷଣୀୟ ଶୋଭାଯାତ୍ରା ମଧ୍ୟରେ ବାହାରି ବିସର୍ଜ୍ଜନ କରାଯାଇଥିଲା. ଶୋଭାଯାତ୍ରାରେ ଡ଼ିଜେ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି. ବାଜା, ନାଚ ଏବଂ ଆଲୋକ ମେଢ ଶୋଭାଯାତ୍ରାର ଶୋଭାମଣ୍ଡନ କରିଛି. ମୋଟାମୋଟି ଭାବରେ ଆଜି କଟକରେ ଗଣେଶ ଭସାଣି ଉତ୍ସବ ଶାନ୍ତିଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଛି. ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ, ଅକ୍ଟୋବର 4 ତାରିଖରେ ତୃତୀୟ ପର୍ଯ୍ୟାୟ ଏବଂ ଅକ୍ଟୋବର 21 ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ.

Leave a Reply

Your email address will not be published. Required fields are marked *